No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ଼ ଟ୍ରାଫିକ୍ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା “ଆନ୍ତ ମଣ୍ଡଳୀୟ ସାଂସ୍କୃତିକ-ନୃତ୍ୟ” ପ୍ରତିଯୋଗିତା ଆୟୋଜନ କରାଯାଇଛି । ପୂର୍ବତଟ ରେଲୱେର ତିନୋଟି ଡିଭିଜନ୍, ବିଶାଖାପାଟନମ୍, ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଏବଂ ଜୋନାଲ ମୁଖ୍ୟାଳୟର ସାଂସ୍କୃତିକ ଦଳ ଏହି ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
ଏହି ଉତ୍ସବରେ, ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍.ଏସ୍.ବାଜୱା ଏବଂ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର (ଇକ୍ରୋ)ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍,ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଶ୍ରୀ ସୁଭ୍ର ଜ୍ୟୋତି ମଣ୍ଡଳ,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା)ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଏବଂ ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ ।
ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ନେଇ ଚାରୋଟି ସାଂସ୍କୃତିକ ଦଳ ମଧ୍ୟରେ ଶାସ୍ତ୍ରୀୟ ଏକକ ନୃତ୍ୟ ଏବଂ ଗୋଷ୍ଠୀ ନୃତ୍ୟ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍.ଏସ୍.ବାଜୱା ବିଜେତା ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ବଣ୍ଟନ କରିଥିଲେ ଏବଂ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ସାଂସ୍କୃତିକ କାର୍ଯ୍ୟକଳାପ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।.
ଆନ୍ତ ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତାରେ, ଜୋନାଲ ହେଡ କ୍ୱାର୍ଟରରୁ ଅଫିସ୍ ଅଧୀକ୍ଷକ ଶ୍ରୀ ସଞ୍ଜୀବ ଦେବ୍,ଶାସ୍ତ୍ରୀୟ ଏକକ ନୃତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିଲେ । ଏବଂ ସମ୍ବଲପୁର ବିଭାଗର ସାଂସ୍କୃତିକ ଦଳ,ଗୋଷ୍ଠୀ ନୃତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିଲେ ।
ଇଣ୍ଟର ଡିଭିଜନାଲ ସାଂସ୍କୃତିକ ପ୍ରତିଯୋଗିତାର ବିଜେତାମାନେ, ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟର ରେଳ ସାଂସ୍କୃତିକ ପ୍ରତିଯୋଗିତାରେ, ପୂର୍ବତଟ ରେଳବାଇକୁ ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର ଏନ୍.ଏ ପରିଡ଼ା ପରିଚାଳନା କରିଥିଲେ ।
No Result
View All Result