ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତରଫ ରୁ ନୂତନ ଜ୍ଞାନ କୌଶଳ ପୂର୍ଣ୍ଣ ବାୟୋଫ୍ଲକ ( ଜୈବ ପୁଞ୍ଜି ) ପଦ୍ଧତିରେ ସଘନ ମାଛ ଚାଷ ନିମନ୍ତେ ପ୍ରୋତ୍ସାହନ ନିମନ୍ତେ ଏକ ନୂତନ ଯୋଜନା ର ଆରମ୍ଭ ଏଣିକି ( ଜୈବ ପୁଞ୍ଜି ) ଦ୍ବାରା ମତ୍ସ୍ୟ ଚାଷ ସମ୍ଭବ । ଏହା ଦ୍ୱାରା ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବ ବର୍ଗ ଓ ଆଗ୍ରହୀ ଅଗ୍ରଣୀ ମତ୍ସ୍ୟ ଚାଷୀଙ୍କୁ ଜୀବିକା ସହାୟତା , ଉତ୍ପାଦନ କ୍ଷେତ୍ର ରେ ଚାଷୀ ଙ୍କୁ ସ୍ବାବଲମ୍ବି କରିବା ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଅଧିକ ଜମି ଓ ଜଳ ଉପଯୋଗ ନ କରି ସୀମିତ ସ୍ଥାନରେ ଏହି ସଘନ ମାଛ ବା ଚିଙ୍ଗୁଡ଼ି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାୟୋଫ୍ଲକ୍ ଏକ ନୂତନ ଜ୍ଞାନ କୌଶଳ ଅଟେ । ସ୍ୱଳ୍ପ ଜମି (୧୫୦-୨୦୦ ବର୍ଗ ମି. ପରିମିତି ଜମି ) ଏବଂ ସହରାଂଚଳରେ ଯୋଗାଇଦିଆ ଯାଉଥିବା ପାଇପ ଜଳ ବା ନଳକୂପ କୁ ଉପଯୋଗ କରି ଜଣେ ଚାଷୀ ସ୍ୱଳ୍ପ ଅର୍ଥରେ ଏହିପଦ୍ଧତିରେ ମାଛଚାଷ କରି ପାରିବେ । ଏହା ପ୍ରାୟତଃ ରୋଜଗାର ସୃଷ୍ଟି ତଥା ଜୀବିକା ସହାୟତା ଲକ୍ଷ୍ୟରେ ମତ୍ସ୍ୟଚାଷୀ ଓ ଯୁବ ଉଦ୍ୟୋଗି ମାନଙ୍କ ପାଈଁ ବେଶ ଉପଯୋଗୀ ।।
ଯେପରିକି ଗିଫଟ୍ ଟିଲାପିଆ , ମାଗୁର , ଜଳଙ୍ଗ , କଉ, ବିଲାତି ରହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ ବାୟୋଫ୍ଲକ କୁଣ୍ଡରେ ବିର୍ଯ୍ୟ ଜୈବ ପଦାର୍ଥ ଯଥା ଅବ୍ୟବହୃତ ଖାଦ୍ୟକୁ ପ୍ରୋ-ବାୟୋଟିକ ବା ହିତକାରୀ ବ୍ୟାକ୍ଟେରିଆ ଏବଂ ତରଳ ଗୁଡ ଭଳି ଅଙ୍ଗାରକ ଆଦି ମତ୍ସ୍ୟର ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ସାଧାରଣତଃ ପ୍ରଚଳିତ ମାଛ ଚାଷ ପଦ୍ଧତି ରେ ୪୦୦୦ ବର୍ଗମି.ରେ ଛଅ ମାସ ଚାଷ ଅବଧିରେ ୨୦୦୦ କିଗ୍ରା ମାଛ ଉତ୍ପାଦିତ ହୋଇ ପାରୁଥିବା ବେଳେ ସେହି ସମ ପରିମାଣରେ ୨୦୦୦ କିଗ୍ରା ମାଛ ଚଟାଣ ଉପରେ ସ୍ଥାପିତ ଏହି ୪ ମିଟର ବ୍ୟାସ ,୧.୨ ଗଭୀରତା ବିଶିଷ୍ଟ ୪ଟି ବାୟୋଫ୍ଲକ୍ କୁଣ୍ଡ ରୁ ଉତ୍ପାଦିତ ହୋଇ ପାରିବ । । ୨ଟି ବାୟୋଫ୍ଲକ କୁଣ୍ଡ ସ୍ଥାପନ ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଓ ୬ଟି କୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ପ୍ରକଳ୍ପ ମୂଲ୍ୟ ରଖାଯାଇଛି । ଏହି କାର୍ଯ୍ୟ ର ପ୍ରଚଳନ ପାଈଁ ରାଜ୍ୟସରକାର ଙ୍କ ପକ୍ଷରୁ ସାଧରଣ ବର୍ଗର ଉଦ୍ୟୋଗୀଙ୍କୁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଥିବା ବେଳେଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ୬୦ ପ୍ରତିଶତ ରିହାତି ବ୍ୟବସ୍ଥା ହୋଇଛି ।।
ପ୍ରତି ବାୟୋଫ୍ଲକ କୁଣ୍ଡରେ ୧୦୦୦ରୁ ୧୫୦୦ ସଂଖ୍ୟାର ମାଛର ଫ୍ରାଏ ଯାଆଁଳ କିମ୍ବା ଆଙ୍ଗୁଳିକା ଯାଆଁଳ ଛାଡି ୬ ମାସ ଭିତରେ ୫୦୦ କିଲୋଗ୍ରାମ ମାଛ ଉତ୍ପାଦନ ହୋଇପାରିବ ।। ମାଛ ଗୁଡିକ ପ୍ରତି ୩ ମାସ ଅବଧି ମଧ୍ୟରେ ପ୍ରାୟ ୨୦୦ ଗ୍ରାମ ବଢ଼ୁଥିଲା ବେଳେ ୬ ମାସରେ ୭୦୦ ରୁ ୮୦୦ ଗ୍ରାମ ବଢିବା ଦେଖାଯାଏ । ସ୍ଥାନୀୟ ବଜାର ଚାହିଦା ଅନୁଯାୟୀ ଚାଷୀ ର ଦୈନିକ ରୋଜଗାର ନିମନ୍ତେ ଆଂଶିକ ମାଛ ଧରା ଯାଇପାରିବ । ଏହା ଯେ କୌଣସି ଘର ର ଉଚ୍ଚ ସ୍ଥାନ , ଘର ଛାତ ଉପରେ , ଘର ର ପଛ ପାଖରେ ଥିବା ଖୋଲା ଜାଗାରେ ସ୍ଥାପନ କରା ଯାଇପାରିବ । ନିକଟସ୍ଥ ଗ୍ରାହକ ମାନଙ୍କୁ ସତେଜ ଓ ଜିଅନ୍ତା ମାଛ ଯୋଗାଇବାରେ ସହାୟକ ହୋଇଥିବାରୁ ଏହାକୁ ବଜାର ରେ ଚାଷୀ ଙ୍କୁ ଅଧିକ ବଜାର ମୂଲ୍ୟ ରେ ମିଳିଥାଏ । ଏହି ନୂତନ ଏବଂ ଉନ୍ନତ ଜ୍ଞାନ କୌଶଳ ପଦ୍ଧତି ରାଜ୍ୟ ର ମତ୍ସ୍ୟଚାଷ ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ସହିତ ସ୍ୱଳ୍ପ ଜମି ଥିବା ବ୍ୟକ୍ତି ଓ ଉଦ୍ୟୋଗି ମାନଙ୍କୁ ମାଛ ଚାଷ ପ୍ରତି ଆକୃଷ୍ଟ କରିବ ।