No Result
View All Result
ଗ୍ରାମବାସୀଙ୍କ ବହୁ ଦିନରସ୍ବପ୍ନ ପୂରଣ ହେବ
୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଠାରୁ ଯୋଡାପଡା- ଗଡଦ୍ୱାର ବନ୍ଧଦେଇ ମଣ୍ଡନଗିରି ଟି ସଦୃଶ ସଂଯୋଗ ରାସ୍ତାକୁ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ ମଙ୍ଗଳ ବାର ଦିନ ଅପରାହ୍ନରେ ସମୀକ୍ଷା କରିଅଛନ୍ତି । ସ୍ୱାଧୀନତା ପର ଠାରୁ ଏହି ସଂପୁର ଯୋଡ଼ାପଡ଼ା ସଂଯୋଗ ରାସ୍ତା ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଗ୍ରାମବାସୀ ମାନଙ୍କର ବହୁ ଦିନର ଦାବୀ ଥିଲେ ମଧ୍ୟ୍ୟ କାହାର ନଜର ଆଢୁଆଳ ରେ ରହିଥିଲା। ଏହି ରାସ୍ତାରେ ଯୋଡ଼ା ପଡ଼ା, ଗଵଡ଼ିହ, ମାଳିସାହି, ଶାସନ, ହରିପୁର ଓ ଅନ୍ୟପଟେ ବ୍ଲକର ବଡ଼ ଗ୍ରାମ ସଂପୁର ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି।
ଖରା ଦିନ ବ୍ୟତୀତ ବର୍ଷା ଦିନେ ଗ୍ରାମବାସୀ ମାନେ ଏହି ଜରାଜୀର୍ଣ୍ଣ ଅବସ୍ଥା ଜୋଂଗୁଁ ଯାତାୟାତରେ ବହୁ ଅସୁବିଧା ସମ୍ମୁଖୀନ ହେଉଅଛନ୍ତି। ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ବିଧାୟକ ଶ୍ରୀଯୁକ୍ତ ସାହୁ ଚାଲି ଚାଲି ପରିଦର୍ଶନ କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ଏହି ସଂଯୋଗ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇଅଛନ୍ତି । ନିକଟ ପୁରାତନ ଗଡଦ୍ଵାର ବନ୍ଧ ପୁନର ଉଦ୍ଧାର ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ । ଏହି ବିଧାୟକ ସମୀକ୍ଷାରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ ,ସରପଞ୍ଚ ଜଳଧର ମହାନ୍ତି ,ପୂର୍ବ ତନ ସରପଞ୍ଚ ସୁବାସ ସ୍ବାଇଁ ,ସମାଜ ସେବୀ ଶ୍ରୀଧର ଦତ୍ତ, ନିରଞ୍ଜନ ନାୟକ, ବ୍ଲକ ବିଭାଗୀୟ ଅଧିକାରୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
No Result
View All Result