ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଗଜପତି :- ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ ରେ ଲଗାତାର ୨ ରୁ ୩ ଦିନ ଧରି ବର୍ଷା ହେବା ଫଳରେ ବାଦପୁର ନିକଟରେ ପାହାଡ ଧସି ପଡିଛି l ଏଥି ଜଗୁ ପାହାଡ଼ରୁ ବଡ଼ ବଡ଼ ପଥର ଖସି ମୁଖ୍ୟ ରାସ୍ତା ଉପରେ ପଡ଼ି ରହିଛି ଯାହା ଫଳରେ ଗଜପତି ରୁ ଗଞ୍ଜାମ କୁ ସଂଯୋଗ କରୁଥିବା ରାସ୍ତାଟି ଅବରୋଧ ହୋଇ ରହିଛି l
ମୁଖ୍ୟ ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇ ଏକ କୁତ୍ରିମ ନଦୀ ସୃଷ୍ଟି ହୋଇଛି l ଏହି ଅଞ୍ଚଳର ଛୋଟ ଛୋଟ ପାହାଡିଆ ନାଳ ଓ ନଦୀ ଗୁଡ଼ିକରେ ମଧ୍ୟ ଜଳ ସ୍ତର ବଢ଼ିଥିବା ଦେଖିବାକୁ ମିଳିଛି l (ପାରଳଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)