No Result
View All Result
୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ସ୍ତରୀୟ ଜଳ ଯୋଗାଣ ଓ ପରିମଳ ପରିଚାଳନା କର୍ମ ଶଳା ମଙ୍ଗଳବାର ବ୍ଲକ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଜଳ ପରିମଳ ମିଶନ ଓ ବିରିଡି ବ୍ଲକ ପାନୀୟ ଜଳ ଓ ପରିମଳ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ବ୍ଲକ ପାନୀୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସ୍ଵାଗତିକା ସ୍ୱାଇଁ ଙ୍କ ଦ୍ୱାରା ଆୟୋଜିତ ବିଡ଼ିଓ ବିଜୟ କୁମାର ବେହେରା,
ଜିଲ୍ଲା ପରିମଳ ପରିଚାଳନା ପରାମର୍ଶ ଦାତା ରଂଜିତ ପରିଡା, ମାଷ୍ଟର ଟ୍ରେନର ଉମାକାନ୍ତ ସ୍ୱାଇଁ, ସଂଯୋଜିକା ଗୀତାଞ୍ଜଳି ସାହୁ ପ୍ରମୁଖ ଯୋଗ ଦେଇ ଜଳ ଓ ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ପାଇଁ ପ୍ରସ୍ତୁତି ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ତା ପରିଚାଳନା ପାଇଁ କମିଟି ଗଠନ ଓ ଗଠିତ କମିଟି କ୍ରିୟାଶୀଳ ହୋଇ ଉପ ଭୋକ୍ତାଙ୍କ ଠାରୁ କିପରି ବ୍ୟବହାରିକ ସ୍ଲ୍ୟୁକ ଆଦାୟ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇ ଥିଲା l ଏଥିରେ ବ୍ଲକର ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ l
No Result
View All Result