ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଗଜପତି :- କରନା କଟକଣା ଯୋଗୁଁ ଗଜପତି ଜିଲ୍ଲାରେ ସାର୍ବଜନୀନ ଶ୍ରୀଗଣେଷ ପୂଜା ପାଇଁ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ତେଣୁ ଜିଲ୍ଲାର କୌଣସି ଠାରେ ସାର୍ବଜନୀନ ସ୍ଥାନରେ ଶ୍ରୀଗଣେଷ ପୂଜା ପାଳନ କରାଯାଇନାହିଁ । ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନସାଧାରଣ ନିଜ ନିଜ ଘରେ ବିଘ୍ନବିନାଶାୟ ଶ୍ରୀଗଣପତିଙ୍କ ମୂର୍ତ୍ତୀ ବସାଇ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚନା କରିଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଜାକ ଜମକରେ ଶ୍ରୀଗଣେଷ ପୂଜା ପାଳିତ ହୋଇ ଆସୁଥିଲା । ତେବେ ଚଳିତ ବର୍ଷର କଟକଣା ଯୋଗୁଁ ସମସ୍ତ ଶିକ୍ଷନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ ରହିଛି ।
ତେଣୁ ଶିକ୍ଷାନଷ୍ଠାନ ଗୁଡିକରେ ଶ୍ରୀଗଣେଷ ପୂଜା ବନ୍ଦ ହେବା ସ୍ୱାଭାବିକ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଜାକ ଜମକରେ ଶ୍ରୀଗଣେଷ ପୂଜା ପାଳିତ ହୋଇ ଆସୁଥିଲା । ଏହି ପୂଜା ଗଜପତି ଜିଲ୍ଲା ସମେତ ପୋଡଶୀ ଆନ୍ଧ୍ର ପ୍ରଦେଶରେ ବେଶ ଲୋକପ୍ରିୟ ହୋଇ ଥିବା ଯୋଗୁଁ ଗଜପତି ଜିଲ୍ଲାର ସୀମାନ୍ତରେ ଥିବା ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣା ସହିତ ଅନ୍ୟାନ୍ୟ ଅଞ୍ଚଳ ରୁ ଗଣେଶ ପୂଜା ଦେଖିବା ପାଇଁ ଏଠlକୁ ଆସିଥାନ୍ତି l ବର୍ତ୍ତମାନ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳ ଜନଶୂନ୍ୟ ହୋଇ ପଡିଛି l (ଗରୁଡ଼ ଧ୍ଵଜ ଚୌଧୁରୀ)