No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ସ୍ଥିତ ୧୦୯ ବର୍ଷର ରେଲୱେ ସ୍କୁଲ୍ ପୁରାତନ ଛାତ୍ର ସଂସଦ(ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଜାର ସଭାପତି ଡକ୍ଟର ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ଶିକ୍ଷା ସଚିବ ପ୍ରଫେସର ଅରୁଣ ରଥ,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ହରେକୃଷ୍ଣ ମହାପାତ୍ର,ରେଲୱେ ସ୍କୁଲ୍ ଶିକ୍ଷୟିତ୍ରୀ ଅନିତା ବେହେରା ଯୋଗଦେଇ ପୁରାତନ ବିଦ୍ୟାର୍ଥୀଙ୍କ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

ପୁରାତନ ଛାତ୍ର ରଞ୍ଜିତ ଦାସ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦିକା ପ୍ରଣତୀ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ଗଣ ତାଙ୍କ ଭାଷଣରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷାର ବିକାଶ ଉପରେ ମତାମତ ଦେବା ସହିତ ସମୟାନୁବର୍ତ୍ତିତାକୁ ଅବଲମ୍ବନ କରି ଶୃଙ୍ଖଳିତ ହେବା ପାଇଁ ଉପଦେଶ ଦେଇଥିଲେ । ଛାତ୍ର, ଛାତ୍ରୀ,ପିତା,ମାତା ଓ ଶିକ୍ଷକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ବିଦ୍ୟାର୍ଥୀର ଉନ୍ନତି ସାଧନ ହୋଇପାରିବ ବୋଲି ଶିକ୍ଷାବିତ୍ ମହାପାତ୍ର କହିଥିଲେ ।

ଏଥିରେ ରୋଜାର ସ୍ମରଣିକା”ଆମସ୍କୁଲ” ଉନ୍ମଚିତ ହୋଇଥିଲା । ୫୦ ବର୍ଷ ତଳେ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୯୭୪ ମସିହାର ଛାତ୍ର,ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ତତ୍ ସହିତ ରେଲୱେ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୭୯ ମସିହାର ପୁରାତନ ଛାତ୍ର ଉଦ୍ଭାବକ ପ୍ରଶାନ୍ତ ମହାପାତ୍ରଙ୍କ ଦ୍ଵାରା ଶକ୍ତି ସଂରକ୍ଷଣ ଉପରେ ଗ୍ଲୋବାଲ ବଏଲିଂ ଓ ଏହାର ନିରାକରଣ ଉପରେ ପରୀକ୍ଷା ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ରେଲୱେ ସ୍କୁଲ୍ ଓ ଜଟଣୀର ଅନ୍ୟ ସ୍କୁଲର ଛାତ୍ର,ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ସଭାରେ ସ୍କୁଲର ପୁରାତନ ଛାତ୍ର ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ,ଡକ୍ଟର ଗୌରୀ ସିଂ,ବିନୋଦ ମିଶ୍ର,ରାଧା ମୋହନ ପଟ୍ଟନାୟକ, ଡକ୍ଟର ସଞ୍ଜୟ ଦାସ,ଡ. ତପନ ମିଶ୍ର,ସୁନିଲ ପାଢ଼ୀ,ସୁବ୍ରତ ପଣ୍ଡା, ମଳୟ ମହାନ୍ତି, ପ୍ରଦୀପ ପଟନାୟକଙ୍କ ସମେତ ବହୁ ପୁରାତନ ଛାତ୍ର,ଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ ପୁରାତନ ଛାତ୍ର,ଛାତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରୋଜାର କାର୍ଯ୍ୟକାରୀ ସମିତିର ସଭ୍ୟ,ସଭ୍ୟା ମାନଙ୍କ ସହିତ ରେଲୱେ ସ୍କୁଲର ଅଧ୍ୟୟନ ରତ ଛାତ୍ର,ଛାତ୍ରୀ ରେଲୱେ ସ୍କାଉଟ ଓ ଗାଇଡର ପିଲାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ଓ ନୃତ୍ୟ ଗୀତ ଆଦିକୁ ସ୍କୁଲର ପୁରାତନ ଛାତ୍ର ସାମ୍ୱାଦିକ ବିଶ୍ଵନାଥ ପଟନାୟକ ସଂଯୋଜନା କରିଥିଲେ ।
No Result
View All Result