No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବ୍ଲକ ପଦ୍ମାବତୀଗ୍ରାମସ୍ଥିତ ପ୍ରହଲ୍ଲାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ମଲ୍ଲ ଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥିରୂପେ ଶିକ୍ଷାବିତ୍ ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ସଭାପତି ଅଧ୍ୟାପକ ଫକିର ମୋହନ ସ୍ବାଇଁ, କ୍ରୀଡା ଓ କସରତର ସଭାପତି ଶରତ ଚନ୍ଦ୍ର ସାହୁ ଓ ଋଷି କୁମାର ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ ।
କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ସ୍ବାଇଁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସଭାରେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଧାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ଶ୍ରେଣୀ ଗୃହର ପୁନଃ ଗଠନ, ପାଠାଗାର, ସାଇକଲ ଷ୍ଟାଣ୍ଡ, ଅଡିଟୋରିୟମ ଆଦି ନିର୍ମାଣ କାର୍ଯ୍ୟ କରିବାପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଧ୍ୟାପକ ବିନୟ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।
No Result
View All Result