ଓଡ଼ିଶା ତାଜା ନିୟୁଜ୍ (୨୨ ଅଗଷ୍ଟ ଶନିବାର) ମାହାଙ୍ଗା :- ମାହାଙ୍ଗା ବ୍ଲକରେ ଲଗାଣ ବର୍ଷା ଯୋଗୁ ଗୋବରୀ ଓ ମଇଜରା ନଦୀରେ ଜଳ ନିଷ୍କାସନ ହୋଇନପାରି ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବାସହ ଗାଁ ଗହଳିରେ ପାଣି ପଶି ବହୁ ପରିବାର ଜଳବନ୍ଦୀ ହେଇଛନ୍ତି, ଏଥିନେଇ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ଵନ୍ୟାପ୍ଲାଵିତ ଅଂଚଳ ରେ କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ କଟକ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ, ଆଜି କଟକ ଜିଲ୍ଲାପାଳ ମାହାଙ୍ଗା ଗ୍ରସ୍ତ କରି ବିଭିନ୍ନ ପଂଚାୟତ ରେ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅଂଚଳ ପରିଦର୍ଶନ କରିବା ସହ କ୍ଷୟ କ୍ଷତିର ଅନୁଧ୍ୟାନ କରିଥିଲେ,
ମାହାଙ୍ଗାର ଦଶରୁ ଅଧିକ ପଞ୍ଚାୟତବାସୀ ଏବେ ଜଳବନ୍ଦୀ ହେବା ସହ ଶହଶହ ହେକ୍ଟର ଚାଷଜମି ଉପରେ ଦଶ ଫୁଟ ର ବନ୍ୟା ପାଣି ରହିଛି, ଯାହାଫଳରେ ସପ୍ତାହେ ହେଲା ରୁଆ ଧାନ ଓ ବୁଆ ଧାନ ପାଣି ଭିତରେ ପଚିଯାଇଛି, ମୁଖ୍ୟତଃ ଗୋବରୀ ଏବଂ ମଇଜରା ନଦୀ ଦେଇ ମାହାଙ୍ଗା ଅଂଚଳର ବର୍ଷା ଜଳ ନିଷ୍କାସନ ହୋଇଥାଏ, ଏବେ ଡ୍ରେନେଜ କଟ ଗୁଡିକ ବହୁଦିନ ଧରି ସଫା ନହେବାରୁ ପୋତିହୋଇ ଗଲାଣି, ଯାହା ଫଳରେ ମାହାଙ୍ଗା ଡ୍ରେନେଜକଟରେ ଜଳ ନିଷ୍କାସନ ହୋଇନପାରି ତାହା ଚାଷଜମିକୁ ପଶିଚି,ଲୋକଙ୍କ କଚ୍ଚା ଚାଲ ଛପର ଘର ଭାଙ୍ଗି ଯାଇଛି l
ଧାନ ଠାରୁ ପନି ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି, ଆଜି ଡ୍ରେନେଜ ବିଭାଗର ଅଧିକାରୀ, କୃଷି ବିଭାଗର ଅଧିକାରୀ, ତହସିଲଦାର ଚିତ୍ତରଞ୍ଜନ ପଟନାୟକ , ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ , ବ୍ଲକ ଚେୟାରମ୍ୟାନ ଶରତ ନାୟକ ଯୁବ ବିଜେଡି ସଭାପତି ଶରତ ମହାପାତ୍ରଙ୍କ ସହ ଜଳବନ୍ଦୀ ଅଂଚଳର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ l ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚଇନି ଗଣମାଧ୍ୟମକୁ ସୂଚନା ଦେଇଥିଲେ l (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)