No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଲକ୍ ପରିସରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ଙ୍କ ତତ୍ବାବଧାନରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ବିଭିନ୍ନ ବିଭାଗରେ ପଞ୍ଜୀକୃତ ହୋଇଥିବା ଲୋକମାନେ କିପରି ସେବା ପାଇ ପାରିବେ ସେ ଉପରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ଅମୃତ କୁମାର ରାଉଳ,ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।
ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଭିନ୍ନକ୍ଷମ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୭୭ ଜଣ ନାମ ପଞ୍ଜୀକୃତ କରିଥିଲେ । ଉକ୍ତ ଶିବିରରେ ଅସ୍ଥିଶୈଲ୍ୟ ବିଭାଗ ଡାକ୍ତର ବି ଏସ ରାଓ, ଶ୍ରବଣ ଓ ବାକ୍ ବାଧିତ ବିଭାଗ ଡାକ୍ତର ପୀତବାସ ନାୟକ,ଦୃଷ୍ଟି ବାଧିତ ଡାକ୍ତର ପ୍ରସନ୍ନ ପ୍ରସାଦ ସାହୁ, ମେଡ଼ିସିନ୍ ସ୍ପେସିଆଲିଷ୍ଟ ଡାକ୍ତର ଶତ୍ରୁଘ୍ନ ନାୟକ, ଓଡ଼ିଓ ଲୋଜି ବିଭାଗ ଡାକ୍ତର ନିଷ୍ଠା ରଞ୍ଜନ ଦାସ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ୪୭୭ ଜଣଙ୍କୁ ପରୀକ୍ଷା କରିଥିଲେ ।

No Result
View All Result