No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ୟୁନିକ୍ ଇନ୍ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀ ପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି (ଏପିଏଏଆର୍), ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭଳି ଅଭିନବ ଅଭିଯାନ ଏବଂ ରାଜ୍ୟରେ ପରିଚାଳନାକୁ ଉନ୍ନତ କରିବା ଓ ନାଗରିକଙ୍କୁ ସଶକ୍ତ କରିବା ଉପରେ ଲକ୍ଷ୍ୟ ରଖିଥିବା ଅନ୍ୟାନ୍ୟ ଅତ୍ୟାଧୁନିକ ପଦକ୍ଷେପଗୁଡିକ ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହା ସାର୍ବଜନିନ ସେବାର କାର୍ଯ୍ୟକାରିତାକୁ ଉନ୍ନତ କରିବା ଓ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏଭଳି ପ୍ରୋଗ୍ରାମଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମହତ୍ୱ ଦେଇଥିଲେ ।
ଡିଜିଟାଲ ଢାଂଚାକୁ ସାମିଲ କରି ଏବଂ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସରକାରୀ ସେବାଗୁଡିକର ଉପଲବ୍ଧତାକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ ଆଲୋକପାତ କରିଥିଲେ । ଏପିଏଏଆର୍ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକୀକୃତ ଡିଜିଟାଲ ପରିଚୟ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ । ଏହି ଆଇଡି ଏକ ଆଜୀବନ ଏକାଡେମିକ ପ୍ରମାଣପତ୍ର ଭାବେ କାର୍ଯ୍ୟ କରିବ, ଯାହା ଦେଶବ୍ୟାପୀ ଶିକ୍ଷା ଓ କ୍ୟାରିୟର ସୁଯୋଗ ପାଇଁ ବାଧାମୁକ୍ତ ପହଂଚ ସୁନିଶ୍ଚିତ କରିଥାଏ । ଶ୍ରୀ ଶାହା ଏପିଏଏଆର୍ କିଭଳୀ ଛାତ୍ରଛାତ୍ରୀଙ୍କ ପ୍ରଗତିର ସ୍ୱଚ୍ଛ ଓ ଦକ୍ଷ ଟ୍ରାକିଙ୍ଗ୍କୁ ସକ୍ଷମ କରିବ ତାହାକୁ ବାଖ୍ୟା କରିଥିଲେ, ଯାହାଫଳରେ ଶିକ୍ଷା ବ୍ୟବସ୍ଥାରେ ଉତରଦାୟିତ୍ୱ ବୃଦ୍ଧି ପାଇବ ।
ଏହି ଅବସରରେ ଉପସ୍ଥିତ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଚିଫ ଟେକ୍ନୋଲୋଜି ଅଫିସର ମନିଷ କୁମାର ବନିଆ, ଅପରେସନ ବିଭାଗର ଉପାଧ୍ୟକ୍ଷ ଫରିଦ ହକ ଏବଂ ଷ୍ଟେଟ ଆସୋସିଏଟ ଜୟପ୍ରକାଶ ମଲ୍ଲିକ ଆଦି ରହିଛନ୍ତି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ଦେଶ ପାଇଁ ଏକ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ସୃଷ୍ଟି କରି ସ୍ୱାସ୍ଥ୍ୟସେବାକୁ ପରିବର୍ତନ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଶ୍ରୀ ଶାହା ଏହି ଅଭିଯାନ କିଭଳି ନାଗରିକମାନଙ୍କୁ ନିଜର ମେଡିକାଲ ରେକର୍ଡଗୁଡିକୁ ସଂରକ୍ଷିତ ରଖିବା ଓ ଆକ୍ସେସ କରିବା ପାଇଁ ସକ୍ଷମ କରିବ, ଶୀଘ୍ର ଓ ଅଧିକ ସଠିକ ନିଦାନ ସୁନିଶ୍ଚିତ କରିବ ଏବଂ ଦେଶର ସହରାଂଚଳ ଓ ଗ୍ରାମାଂଚଳରେ ସମାନ ସ୍ୱାସ୍ଥ୍ୟସେବା ପହଂଚ ପ୍ରଦାନ କରିବ ତାହା ବର୍ଣ୍ଣନା କରିଥିଲେ ।
ଆଲୋଚନାରେ ଅନ୍ୟାନ୍ୟ ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକ ମଧ୍ୟରେ ସରକାରୀ ସେବାଗୁଡିକ ପାଇଁ ଡିଜିଟାଲ ପେମେଂଟ ସିଷ୍ଟମ, ସ୍ମାର୍ଟ ଅଭିଯୋଗ ସମାଧାନ ବ୍ୟବସ୍ଥା ଓ ସମୁଦାୟଗୁଡିକ ମଧ୍ୟରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ସାମିଲ ରହିଛି । ଶ୍ରୀ ଶାହା କହିଛନ୍ତି, “ଓଡିଶା ନିକଟରେ ଡିଜିଟାଲ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଏକ ଲିଡର ହେବାର ଅପାର କ୍ଷମତା ରହିଛି । ଏଭଳି ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକୁ ଗ୍ରହଣ କରି ଆମେ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଡିଜିଟାଲ ଯୁଗରେ ସଫଳ ହେବା ପାଇଁ ସେମାନେ ଆବଶ୍ୟକ କରୁଥିବା ଟୁଲ୍ ସହ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”
ସେ ଏଭଳି ପଦକ୍ଷେପଗୁଡିକର ସଫଳତାକୁ ନିଶ୍ଚିତ କରିବା ପାଇଁ ସରକାର, ଘରୋଇ କ୍ଷେତ୍ର ଓ ନାଗରିକ ସମାଜ ମଧ୍ୟରେ ସହଭାଗିତାର ମହତ୍ୱକୁ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପ୍ରକାଶ ଶାହାଙ୍କ ନେତୃତ୍ୱରେ ୟୁନିକ୍ ଇନ୍ଫୋ ସଲ୍ୟୁଶନ୍ସ ଓଡିଶାରେ ଏଭଳି ପ୍ରୋଗ୍ରାମଗୁଡିକର ପ୍ରଭାବୀ କାର୍ଯ୍ୟକାରିତାକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ରହିଛି । କମ୍ପାନୀ ସରକାର ଓ ନାଗରିକଙ୍କ ମଧ୍ୟରେ ଅନ୍ତରକୁ ଦୂର କରି ଟେକ୍ନୋଲୋଜି ଓ ଉଦ୍ଭାବନ କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ଉପଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଏକ ଅଧିକ ସମାବେଶୀ ଓ ଦକ୍ଷ ଗଭର୍ଣ୍ଣାନ୍ସ ମଡେଲ ବିକଶିତ କରିବ ।
No Result
View All Result