• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
December 13, 2024
in ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍
0
କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ
Share on FacebookShare on TwitterWhatsapp

ସଟଲକକ୍ ସଦୃଶ ଏଚ୍‌.ପି.ସି, ୮ଟି ବ୍ୟାଡମିଣ୍ଟନ କୋର୍ଟ, ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା, ୩୬ ଜଣ ଖେଳାଳୀଙ୍କ ପାଇଁ ରହିବା ସୁବିଧା, ୨୦୦ ସିଟ୍‌ ବିଶିଷ୍ଟ ଆମ୍ଫିଥିଏଟର

ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ସୃଷ୍ଟି ହେଲା ଯୁଗାନ୍ତକାରୀ ସୁଯୋଗ

ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ପରିଚିତ ହେବ – ମୁଖ୍ୟମନ୍ତ୍ରୀ

ଏହି ହାଇ ପରଫରମାନ୍‌ସ ସେଣ୍ଟର ବିଶ୍ବ କ୍ରୀଡା ଜଗତ ପାଇଁ ଏକ ମାଇଲ ଷ୍ଟୋନ- ଡଃ ବିଶ୍ବଶର୍ମା

୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର  :->  ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍‌ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି । ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି । ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି ।

୨୦୦ ସିଟ୍‌ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ ନିର୍ମାଣ କରାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଏବଂ ଡାଲମିଆ ଭାରତ ଗ୍ରୁପର ସହଯୋଗରେ ଭୁବନେଶ୍ବରରେ ଏହି ସେଣ୍ଟର ପ୍ରତିଷ୍ଠା ଦ୍ବାରା ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି ହେଲା।

ଆମ ଦେଶର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନେ ସେମାନଙ୍କର ଅଦମ୍ୟ ପ୍ରଚେଷ୍ଟା ବଳରେ କ୍ରୀଡା କ୍ଷେତ୍ରରେ ବିଶ୍ବ ମଞ୍ଚରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି। ଆଜି ଉଦ୍‌ଘାଟିତ ହୋଇଥିବା ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟରରେ ଉତ୍ତମ ପ୍ରଶିକ୍ଷଣ ସହ ଖେଳାଳୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି ।

ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ଏହି ସେଣ୍ଟର ଜରିଆରେ ପରିଚିତ ହେବ ବୋଲି ସେ କହିଥିଲେ। ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଭୂଷଣ ପୁଲେଲା ଗୋପୀଚନ୍ଦ ଏବଂ ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ ଓ ଏମ୍‌.ଡି ଶ୍ରୀ ଗୌତମ ଡାଲମିଆଙ୍କ ସହଯୋଗ ଓ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା କହିଥିଲେ ଯେ ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ । ଏହି ସେଣ୍ଟର ଭାରତରେ ବ୍ୟାଡମିଣ୍ଟନ ଖେଳକୁ ନୂଆ ଶିଖରକୁ ନେବ। ଏହି ସେଣ୍ଟର ପ୍ରତିଷ୍ଠାରେ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ସେ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ।

ସେ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ ଦିଗ୍‌ଦର୍ଶନରେ ଭାରତ ବର୍ତ୍ତମାନ କ୍ରୀଡାର ପାୱାର ହାଉସ୍‌ରେ ପରିଣତ ହୋଇଛି । କ୍ରୀଡାକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଏହି ସେଣ୍ଟର ଆଗାମୀ ଦିନରେ ତାହା ପୂରଣ କରିବାରେ ସହାୟକ ହେବା ସହିତ ଓଡିଶାରେ ବ୍ୟାଡମିଣ୍ଟନ ଖେଳର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆମ ଦେଶରେ ଉଭୟ ସରକାର ଓ ଜନସାଧାରଣଙ୍କ ମିଳିତ ସହଯୋଗରେ କ୍ରୀଡାର ବିକାଶ ହେଉଛି ବୋଲି ସେ କହିଥିଲେ ।

ଏହି ସେଣ୍ଟର ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ଓଡିଶାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ ଚିନ୍ତାଧାରାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ଏହି କେନ୍ଦ୍ରରୁ ଅନେକ ପ୍ରତିଭାବାନ୍‌ ଖେଳାଳୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ କରିବେ । କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିଲେ।

ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ ମଧ୍ୟ ତାଙ୍କ ଅଭିଭାଷଣରେ ଓଡିଶାରେ କ୍ରୀଡାର ବିକାଶ ପାଇଁ ତାଙ୍କ ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଭାରତ ଡାଲମିଆ ଗ୍ରୁପର ଏମ୍‌ଡି ଶ୍ରୀ ଗୌତମ ଡାଲମିଆ ଏବଂ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version