ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 26.12.2019 :- ରଣପୁର ଅଧିଷ୍ଠାତ୍ରି ଦେବୀ ମା ମଣିନାଗ ପୀଠ ରେ ବିଜୁ ଜନତା ଦଳ ର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ପ୍ରଥମେ କର୍ମୀ ମାନେ ସ୍ଥାନୀୟ ପଚୁଂଦୋଳ ପଡିଆଠାରେ ଏକତ୍ରିତ ହୋଇଥିଲେ । ସେଠାରେ ଶହୀଦ ରଘୁଦିବାକର ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।
ପରେ ଏକ ବିରାଟ ଶୋଭା ଯାତ୍ରାରେ ରଣପୁର ପରିକ୍ରମାକରି ମଣିନାଗ ପୀଠ ରେ ପହଚିଂଥିଲେ । ମଣିନାଗ ପୀଠ ରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ସତ୍ୟ ନାରାୟଣ ପ୍ରଧା,ପୁର୍ବତନ ପୁର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ପଚାଂୟତ ସମିତି ଅଧକ୍ଷା ନିରୁପମା ପ୍ରଧାନ,ଏନ୍.ଏ.ସି ଅଧକ୍ଷା ସବିତ। । ଦାଶ,ପୂର୍ବାତନ ସମିତି ଅଧକ୍ଷ ଦେବାଶିଷ ପଟ୍ଟନାୟକ , ଆଡଭୋକେଟ୍ ଗିରିଜାକାନ୍ତ ମହାପାତ୍ର , କିଶୋର ପଟ୍ଟନାୟକ , ସନ୍ତୋଷ ଲେଙ୍କା ,ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ ଦଳବେହେରା, ପ୍ରତିଭା ମହାନ୍ତି, ବ୍ଲକ୍ ସଭାପତି ପାଣ୍ଡବ ସେଠୀ , ବନମାଳି ମହାପାତ୍ର , ସ୍ୱର୍ନଂପ୍ରକାଶ ରାଉତରାୟ ଙ୍କ ସହ ସରପଚଂ , ସମିତିସଭ୍ୟ ଓ କାଉନସିଲର ଯୋଗ ଦେଇଥିଲେ ।
ଏହି ସଭାରେ ନେତାମାନେ ବିଗତ ୨୨ ବର୍ଷରେ ବିଜୁଜନତା ଦଳ ଯେଭଳି ଲୋକପ୍ରିୟ ହୋଇପାରିଛି ଆଗାମୀ ଦିନରେ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି ମତ ଦେଇଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି