୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲାରେ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନୌକା ଚାଳନା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ। ବିଶେଷ କରି ଜିଲ୍ଲାର କଳା ସଂସ୍କୃତି ସହ କଳାକାର ଓ ଖେଳକୁ ଲୋକ ଲୋଚନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ସତିଗୁଡା ଜଳ ଭଣ୍ଡାରରେ ଆଜି ଆୟୋଜିତ ହୋଇଥିଲା ନୌକା ଚାଳନା ପ୍ରତିଯୋଗିତା ।

ଏଥିରେ ୧୦ ଟି ଗାଁର ୪୦ ଜଣ ଆଦିବାସି ଧିବିର ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଏସପି ରୋହିତ ବର୍ମା, ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସୋମନାଥ ପ୍ରଧାନ, ଏସିଏଫ ଡ. ଏଲା ଭର୍ସନଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଜିଲ୍ଲାପାଳ ଶ୍ରୀ ପାଟିଲ ପତାକା ଦେଖାଇ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ଏହି ପ୍ରତିଯୋଗିତାର ଆବାହକ ଦୁର୍ଯୋଧନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଭିର ଜଳରାଶି ମଧ୍ୟରେ ଏପରି ନିଆରା ନୌକା ପ୍ରତିଯୋଗିତାକୁ ଦେଖିବା ଲାଗି ଅନେକ ଲୋକଙ୍କ ସମାଗମ ହୋଇଥିଲା। ପ୍ରତିଯୋଗିତା ଶେଷ ହେବା ପରେ ଶ୍ରେଷ୍ଠ ପ୍ରତିଯୋଗି ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ପୁରଷ୍କୃତ କରା ଯିବାକୁ ସ୍ଥିର ହୋଇଥିବା ବେଳେ ଏପରି ନିଆରା ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ପ୍ରତିଯୋଗି ମାନେ । ଆଜିର ଏହି ପ୍ରତିଯୋଗିତାରେ ଦଶଟି ଦଳ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିଲା ଶିନ୍ଧ୍ରୀମାଳ ଗ୍ରାମର ଦଳ, ସେହିପରି ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ସୋରିଷମାଳ ଗ୍ରାମ ଦଳ ଓ ତୃତୀୟ ସ୍ଥାନ ହାସଲ କରିଥିଲା ଏମଭି ୧୧୧ଗ୍ରାମର ଦଳ ।