No Result
View All Result
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ଅବସରରେ କୁଦିଆରି ବଜ଼ାର ସ୍ଥିତ ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ ରାଜା ୱେଲ ଫେୟାର ଟ୍ରଷ୍ଟ ତରଫରୁ ଏକ ମାଗଣା ମୋତିଆ ବିନ୍ଦୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଜେ.ପି.ଏମ ରୋଟାରୀ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନିସ୍ଟିଚ୍ୟୁସନ କଟକଙ୍କ ସହାୟତାରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଙ୍କ ଦ୍ୱାରା ବହୁ ସଂଖ୍ୟାରେ ରୋଗୀଙ୍କ ର ଆଖି ଚିକିତ୍ସା ହେବା ସଙ୍ଗେ ସଙ୍ଗେ ତିନି ଜଣ ରୋଗୀଙ୍କର ସମ୍ପୂର୍ଣ ମାଗଣାରେ ମୋତିଆ ବିନ୍ଦୁ ଅପରେସନ କରାଯାଇଥିଲା ।
ରାଜା ୱେଲ ଫେୟାର ଟ୍ରଷ୍ଟ ଅହରହ ସମାଜସେବା କ୍ଷେତ୍ରରେ ଗରିବ, ଅସହାୟ ଦିନ ଦୁଃଖୀ ଲୋକମାନଙ୍କ ସାଥିରେ ରହି ଲୋକମାନଙ୍କର ସେବା କରି ଆସୁଅଛି । ଏଭଳି ସେବାମାନ ଯୋଗାଇ ଆସୁଥିବାରୁ ଜଟଣୀ ରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଏହି ଟ୍ରଷ୍ଟ ପାଇଁ ଭଲ ପାଇବା ଦିନକୁ ଦିନ ବଢ଼ି ଚାଲିଛି ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଭାବନା ମିଶ୍ର ଶିକ୍ଷାବିତଙ୍କ ସମେତ ହବିବୁର ରେହେମାନ ଓ ବୃନ୍ଦାବନ ସୁବୁଦ୍ଧି ପ୍ରମୁଖ ମାନବାଧିକାର କର୍ମୀମାନେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଚକ୍ଷୁ ଚିକିତ୍ସା ଶିବିରର ଡାକ୍ତର ଓ ଟେକ୍ନିସିଆନ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ରାଜା ୱେଲ ଫେୟାର ଟ୍ରଷ୍ଟର ଅଧକ୍ଷ ପରୱେଜ ହାଇଦର ଓ ତାଙ୍କ ସହ ଧର୍ମିଣୀ ଟିନି ଟଟସ ଇଂରାଜୀ ବିଦ୍ୟାଳୟର ପ୍ରିନସିପାଲ ଉକ୍ତ ଶିବିରକୁ ଅତି ସୁନ୍ଦର ଭାବେ ପରିଚାଳନା କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି ।
No Result
View All Result