No Result
View All Result
୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏସିଆର ସର୍ବବୃହତ ଡାଏଲିସିସ୍ ନେଟୱର୍କ ନେଫ୍ରୋପ୍ଲସ୍ ଏହାର ‘ଡାଏଲିସିସ୍ ଅନ କଲ୍’ ସେବା ଭୁନନେଶ୍ୱରରେ ଶୁଭାରମ୍ଭ କରିଛି, ଯାହା ଉଚ୍ଚ ଗୁଣମାନର ଡାଏଲିସିସ୍କୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ରଖିଥିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହି ସମ୍ପ୍ରସାରଣ ନେଫ୍ରୋପ୍ଲସ୍ର ସୁପ୍ରସିଦ୍ଧ ଡାଏଲିସିସ୍ ଅନ କଲ୍ (ଡି ଓ ସି) ସେବା ଭୁବନେଶ୍ୱର ସହରକୁ ଆଣିଛି ଏବଂ ଏହାଦ୍ୱାରା ରୋଗୀମାନଙ୍କୁ ସେମାନଙ୍କ ନିଜ ଘରେ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ଡାଏଲିସିସ୍ ସେବା ଗ୍ରହଣ କରିବାକୁ ସମର୍ଥ କରାଉଛି ।
ଡାଏଲିସିସ୍ ଅନ କଲ୍ ସେହି ରୋଗୀମାନଙ୍କ ପାଇଁ ଏକ ନବୋନ୍ମେଷୀ ପ୍ରୟାସ ହୋଇଛି, ଯେଉଁମାନେ ସେମାନଙ୍କ ବୟସ, ଯାତାୟତକୁ ନେଇ ସମସ୍ୟା, ଦୂରତା ଅଥବା କେବଳ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଡାଏଲିସିସ୍ କ୍ଲିନିକକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିଓସି ସହିତ ରୋଗୀମାନେ ଜଣେ ଆଟଣ୍ଡାଣ୍ଟଙ୍କ ବିନା ଆବଶ୍ୟକତାରେ ଡାଏଲିସିସ୍ କରାଇପାରିବେ, ଯେଉଁଥିରେ ପରିବାର ସଦସ୍ୟମାନେ ସେମାନଙ୍କର ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଯାଇପାରିବେ । ପ୍ରତ୍ୟେକ ଥର ଡାଏଲିସିସ୍କୁ ଜଣେ ଅଭିଜ୍ଞ ଟେକ୍ନିସିଆନ ଯନôର ସହିତ ନିରୀକ୍ଷଣ କରୁଛନ୍ତି ଏବଂ ଯେକୋଣସି ସମସ୍ୟା ଦେଖାଦେଲେ ତାହା ପରିଚାଳନା କରିବାକୁ ଜଣେ ନେଫ୍ରୋଲୋଜିଷ୍ଟ ଅନ୍ କଲ୍ ରହିଥାନ୍ତି ।
ଏହି ସେବା ଉଭୟ ସ୍ୱାଚ୍ଛନ୍ଦ୍ୟ ଏବଂ ସୁଲଭତା ପ୍ରଦାନ କରୁଛି, ପ୍ରତ୍ୟେକ ଥର ନିମନ୍ତେ ମୂଲ୍ୟ ନିୟମିତ ହୋମ୍ ଡାଏଲିସିସ୍ ଠାରୁ କମ୍ ରହୁଛି । ନିୟମିତ ହୋମ୍ ଡାଏଲିସିସ୍ ସହିତ ତୁଳନା କଲେ ଡିଓସି ସେହି ସମାନ ଉଚ୍ଚ ଗୁଣମାନର ଚିକିତ୍ସା ନେଫ୍ରୋପ୍ଲସ୍ ଭଳି କମ୍ ଖର୍ଚ୍ଚରେ ଯୋଗାଉଛି । ବିକ୍ରମ ଭୁପ୍ଲାଲା, ପ୍ରତିଷ୍ଠାତା ଓ ଗ୍ରୁପ୍ ସିଇଓ, ନେଫ୍ରୋପ୍ଲସ୍ ଏହି ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି କହିଛନ୍ତି, “ଡାଏଲିସିସ୍ ଅନ କଲ୍ ରୋଗୀମାନଙ୍କ ଘରେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟରେ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣମାନର ଡାଏଲିସିସ୍ ସେବା ଯୋଗାଇ ଦେଉଛି । ନିୟମିତ ହୋମ୍ ଡାଏଲିସିସ୍ ଏହି ସେବା ତୁଳନାରେ ଉଲ୍ଲେଖନୀୟ ଭାବରେ ଅଧିକ ବ୍ୟୟସାପେକ୍ଷ । ସମ୍ପ୍ରତି ଡାଏଲିସିସ୍ ଅନ କଲ୍ ସହିତ ରୋଗୀମାନେ ନେଫ୍ରୋପ୍ଲସ୍ ସୁପରିତ ଥିବା ସମାନ ଗୁଣମାନର ଡାଏଲିସିସ୍ ସେବା କମ୍ ଖର୍ଚ୍ଚରେ ପାଇପାରିବେ । ଭୁବନେଶ୍ୱରରେ ଏହି ସେବା ପ୍ରଚଳନ କରି ଆମେ ଉଲ୍ଲସିତ ଅନୁଭବ କରୁଛୁ ।”
ନେଫ୍ରୋପ୍ଲସ୍ ନିରାପତ୍ତା ଓ ଗୁଣବତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି । ଡାଏଲିସିସ୍ ଅନ କଲ୍ ସେବାର ପ୍ରତ୍ୟେକଟି ଅଂଶ, ଯେପରିକି ଡାଏଲିସିସ୍ ଉପକରଣଗୁଡିକର ଉପଯୋଗୀତା ପୂର୍ବରୁ ଜଳର ମାନ ପରୀକ୍ଷଣ ଠାରୁ ସେଗୁଡିକ ସଫା କରିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ପର୍ଯ୍ୟାୟ ଏକ ସୁଦୃଢ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ ଓ ପି) ଦ୍ୱାରା ପରିଚାଳିତ ହୋଇଥାଏ । ଚିକିତ୍ସା ସମୟରେ ସୃଷ୍ଟି ହେଉଥିବା ବାୟୋମେଡିକାଲ ବର୍ଜ୍ୟକୁ ଉପଯୁକ୍ତ ଭାବରେ ନଷ୍ଟ କରିବା ନିମନ୍ତେ ଯନôର ସହିତ ନେଫ୍ରୋପ୍ଲସ୍ ବ୍ୟବସ୍ଥାକୁ ସ୍ଥାନାନ୍ତର କରାଯାଏ, ଯଦ୍ଦ୍ୱାରା ରୋଗୀଙ୍କ ଘରେ କୋ÷ଣସି ଅଦରକାରୀ ପଦାର୍ଥ ରହିବ ନାହିଁ । ଡିଓସିରେ ଡାଏଲିସିସ୍ ମେସିନଗୁଡିକୁ ସଠିକ ଚିକିତ୍ସା ଯୋଗାଣ ନିମନ୍ତେ ସୁନିଶ୍ଚିତ କରିବାକୁ ଯାଞ୍ଚ କରାଯାଉଛି, ଏବଂ ପ୍ରତ୍ୟେକଟି ସେସନ୍କୁ ପୂର୍ଣ୍ଣାଙ୍ଗ ଚିକିତ୍ସା ସାରଣୀରେ ଲିପିବଦ୍ଧ କରାଯାଉଛି ଯାହାକୁ ନେଫ୍ରୋଲୋଜିଷ୍ଟଙ୍କ ସହିତ ସହଭାଗୀତା କରାଯାଉଛି ।
No Result
View All Result