No Result
View All Result
୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି । ଏମଭି-୧୧ ଗ୍ରାମରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ମାଲ୍ୟବନ୍ତ ମହୋତ୍ସବ ଅବସରରେ ଯେଉଁ ମିନି ମାରାଥନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି ତାହା କ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ବିଶେଷ ସୁଯୋଗ । ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ସହ ଶାରୀରିକ ବିକାଶରେ ମଧ୍ଯ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁସ୍ଥ ଶରୀର ହିଁ ମାନସିକ ବିକାଶ ତଥା ଜଣେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଦିଗରେ ସାହାଯ୍ୟ କରିଥାଏ । ଅନ୍ୟ ମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବଳ ମାଲକାନଗିରି ମୁଖ୍ୟାଳୟ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଏଥିରେ ସୀମା ସୁରକ୍ଷା ବଳ ପୋଲିସ, ସ୍ଥାନୀୟ ପୋଲିସ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଅର୍ଥାତ୍ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଜିଲ୍ଲା କ୍ରୀଡା ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହା ପରିଚାଳିତ ହୋଇଥିଲା । ଯେଉଁମାନେ କୃତକାର୍ଯ୍ୟ ହେଲେ ସେମାନଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନୀତ କରାଯିବ ।
No Result
View All Result