୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସିଥିଲେ କେନ୍ଦ୍ର ଗଣ ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର । ପ୍ରଥମେ ଫୁଲବାଣୀ ସ୍ଥିତ ଜିଲାପାଳ ଙ୍କ ସଦଭାବନା ଗୃହରେ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ପରେ ପରେ ଫିରିଙ୍ଗିଆ ଯାଇ ସ୍ମାର୍ଟ ଅଙ୍ଗନବାଡି ସେଣ୍ଟର, ନୋଡାଲ ସ୍କୁଲ ଯାଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ । କିଭଳି ଶିକ୍ଷା ଦିଆଯାଉଛି ଓ ମଧ୍ୟାହ୍ନ ଭୋଜନ ର ମାନ ମଧ୍ଯ ଦେଖି ଥିଲେ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଓ ସୁଫଳ ନେଇ କେନ୍ଦ୍ର ମନ୍ତ୍ରୀ ମଜୁମଦାର ଆଲୋଚନା କରିଥିଲେ । ମୋତେ କନ୍ଧମାଳ ଓ କୋରାପୁଟ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଜିଲ୍ଲାରେ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଫିରିଙ୍ଗିଆ ସ୍କୁଲରେ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ସହିତ ଖୁସି ବ୍ୟକ୍ତି କରିଥିଲେ ମନ୍ତ୍ରୀ । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ସୁକାନ୍ତ ପାଣିଗ୍ରାହୀ,ବିଧାୟକ ଉମା ଚରଣ ମଲ୍ଲିକ, ସାସଂଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଆଦିକନ୍ଦ ପଟ୍ଟନାୟକ, ସଞ୍ଜୟ କୁମାର ଦାସ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧୂକାରୀ ଓ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ ପ୍ରମୁଖ ଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l