No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ମହାପୁରୁଷ ଯଶୋବନ୍ତ ଦାସ ଜଣେ ସାହିତ୍ୟିକ, ସମାଜ ସଂସ୍କାରକ, ବୈଜ୍ଞାନିକ ଓ ଜଣେ ଅନୁଭବୀ ସିଦ୍ଧ ସାଧକ ସନ୍ଥ ଥିଲେ l ସେ ଓଡ଼ିଆ ସାହିତ୍ୟର ଭିତ୍ତି ଭୂମିକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ l ସେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଆଧ୍ୟାତ୍ମିକ ରଚନା ବଳି ଦ୍ୱାରା ରୁଦ୍ଧିମନ୍ତ କରିଥିଲେ ବୋଲି ଶନିବାର ଓଡିଶା ସାହିତ୍ୟ ଏକା ଡେମୀ ଓ ଶ୍ରୀ ଯଶୋବନ୍ତ ସାଂସ୍କୃତିକ କଳା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯଶୋବନ୍ତ ଦାସଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧତ୍ସବରେ ଅତିଥିମାନେ ମତ୍ତବ୍ୟକ୍ତ କରିଛନ୍ତି l
ବିରିଡି ବ୍ଲକ ଅଢଙ୍ଗ ନାଇଲୋ ଠାରେ ଥିବା ଯଶୋବନ୍ତ ଦାସ ଙ୍କ ସମାଧି ପୀଠଠାରେ ଆୟୋଜିତ ସାରସ୍ୱତ ଉଚ୍ଛବରେ ପୌରୋହିତ୍ୟରେ କରିଥିଲେ ଓଡିଶା ସାହିତ୍ୟ ଏକାଡେମୀ ର ଉପ ସଚିବ ସଞ୍ଜୟ କୁମାର ଛୁଆଳ ସିଂ l ବିଶିଷ୍ଟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ଭାଗିରଥି ମଲ୍ଲିକ,ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ସଚ୍ଚିଦାନନ୍ଦ ବେହେରା, ସମ୍ମାନୀୟ ଅତିଥି ଭାବେ ସାହିତ୍ୟିକ ନିତ୍ୟାନନ୍ଦ ମିଶ୍ର ଯୋଗଦେଇ ଉପରୋକ୍ତ ମତ୍ତ ଦେଇଥିଲେ l
ଅତିଥି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ ଯଶୋବନ୍ତ ସଂସ୍କୃତି ବିକାଶ କଳା ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ଏହି ପରିପ୍ରେକ୍ଷୀ୍ରେ ଅନୁଷ୍ଠାନ ପକ୍ଷରୁ ଯଶୋବନ୍ତ କଳାସମ୍ମାନ କଣ୍ଠ ସ୍ଲିପି ବାଦଲ କୁମାର ଆଚାର୍ଯ୍ୟ, ଯଶୋବନ୍ତ ସଂସ୍କୃତି ସମ୍ମାନ ଘୋଷକ ମନୋଜ କୁମାର ପ୍ରଧାନ, ହୃଷିକେଶ ଦାସ ସ୍ମୃତି ସେବା ସମ୍ମାନ ରଶ୍ମି ରଞ୍ଜନ ପଣ୍ଡା ଓ ସ୍ମରଣିକା ନନ୍ଦ,
ଯଶୋବନ୍ତ ପ୍ରତିଭା ସମ୍ମାନ ଡା ଜ୍ୟୋତ୍ରୀ ମୟୀ ନାୟକ, ସମାଜ ସେବୀ ବନଶ୍ରୀ ମହାପାତ୍ର, ସୁଶ୍ରୀ ମୋନାଲିସା ପରିଡା, ସୁଶ୍ରୀ ନିକି, ପବିତ୍ର କୁମାର, ଚାମେଲୀ, ଶତ୍ରୁଜିତ ମହାପାତ୍ର, ସ୍ମୃତି ରଞ୍ଜନ ଦାସ ଙ୍କୁ ପ୍ରଦାନ କରାଯାଇଥିଲା l ଗ୍ରାମବାସୀ ଓ ଯଜ୍ଞ କମିଟି ପକ୍ଷରୁ ବିଶ୍ୱାସନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ ବିଜୟ କୁମାର ଦାସ l ଶେଷରେ ଭଜନ ପରିବେଷଣ କରାଯାଇଥିଲା l
No Result
View All Result