No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ମାଙ୍କଡା ପଥର ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି।
ମାଫିଆମାନେ ଦିନରାତି ନୂଆ ଜଗନ୍ନାଥ ସଡକ ଦେଇ ଅନାୟସରେ ଚୋରାଚାଲାଣ କରୁଛନ୍ତି।ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାସିକିଆ ଵଟି ଦେଇ ଚୋରାଚାଲାଣ କରୁଛନ୍ତି ।
ନୂଆ ଜଗନ୍ନାଥ ସଡକରେ ମାଙ୍କଡା ପଥର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବାପରେ ନିରାକାରପୁର ପୋଲିସ ତତ୍ପର ହୋଇ ଅଚାନକ ଚଢ଼ାଉ କରି ୩ଟି ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରି ୨ଡ୍ରାଇଭର କୁ ଗିରଫ କରିଛି।ଦୁଇ ଜଣ ଡ୍ରାଇଭର ହେଲେ ନିରାକାରପୁର ଥାନା ନିଳଗିରି ପାଟଣା ଗ୍ରାମର ଅନନ୍ତ ମହାରଣା ଓ ପୁରୀ ଜିଲ୍ଲା ଲିଜାପୁର ଗ୍ରାମର କାହ୍ନୁଚରଣ ଦଳାଇ । ଏନେଇ ନିରାକାରପୁର ଥାନାରେ ପୃଥକ ପୃଥକ ଭାବରେ ୩ଟି ମାମଲା ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।
No Result
View All Result