No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର ଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ମାନବାଧିକାର ଦିବସ ୨୦୨୪ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀକୁ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍, ଫୁଲବାଣୀ ଉଦ୍ଘାଟନ କରିଥିଲେ ।
ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ଦୋଳଗିବିନ୍ଦ ବାରିକ, ଏଫ.ଟି.ଏସ.ସି. କୋର୍ଟ ବିଚାରପତି ଶ୍ରୀ କୈଳାଶ ଚନ୍ଦ୍ର ସ୍ବାଇଁ, ପୋକସୋ କୋର୍ଟ ବିଚାରପତି ଶ୍ରୀ ରାଜେସ ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବନାଳୀ ତ୍ରିପାଠୀ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ନିତିଶା ଚନ୍ଦକ, ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଶ୍ରୀ ନିରୋଦ କୁମାର ପାତ୍ର, ସଭାପତି,.
ବାର ଆସୋସିଏସନ, ଫୁଲବାଣୀ, ଶ୍ରୀ ଅଶୋକ କୁମାର ବେହେରା, ସରକାରୀ ଅଧିବକ୍ତା, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଲିଗାଲ ଏଡ ଡିଫେନସେ କାଉନ୍ସେଲ, ଫୁଲବାଣୀ, ଆଇନଜୀବୀ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ହରିଶଚନ୍ଦ୍ର ମହାରଣା, ବୀଣାପାଣି ପ୍ରଧାନ, ଶ୍ରୀ ତୁଷାରକାନ୍ତ ନାୟକ, ପାରା ଲିଗାଲ ସ୍ଵେଚ୍ଛାସେବୀ, ଛାତ୍ର ଛାତ୍ରୀ ପରିଦର୍ଶନ କରିଥିଲେ । ଉକ୍ତ ପ୍ରଦର୍ଶନୀରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅଙ୍କିତ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଚିତ୍ରାଙ୍କନ ପ୍ରଦର୍ଶନୀଟି ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା ।
No Result
View All Result