• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ଶୋ ଆୟୋଜିତ :  ଓଡିଶାରେ ଏହି ବିଶାଳ ରୋଡ୍‌ଶୋର ନେତୃତ୍ୱ ନେଇଛନ୍ତି ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର

Proprietor Abhimanyu Maharana by Proprietor Abhimanyu Maharana
December 8, 2024
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ଶୋ ଆୟୋଜିତ :  ଓଡିଶାରେ ଏହି ବିଶାଳ ରୋଡ୍‌ଶୋର ନେତୃତ୍ୱ ନେଇଛନ୍ତି ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର
Share on FacebookShare on TwitterWhatsapp

୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର ଓଡିଶାରେ ଏକ ବିଶାଳ ରୋଡ୍‌ଶୋର ନେତୃତ୍ୱ ନେଇଥିଲେ । ସେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶାର ଲୋକମାନଙ୍କୁ ପ୍ରୟାଗରାଜ-ମହାକୁମ୍ଭ ୨୦୨୫ରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥିଲେ । ସରକାର ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେଉଁଥିରେ ଆନ୍ତର୍ଜାତୀୟ ଅଂଶଗ୍ରହଣ ଓ ଅତ୍ୟାଧୁନିକ ବ୍ୟବସ୍ଥା ସାମିଲ ରହିଛି । ରୋଡ୍‌ଶୋ’ ପରେ ସାମ୍ବାଦିକ ସମ୍ମିଳନୀ ସମୟରେ ମିଡିଆ ସହ ଆଲୋଚନା କରି ସେ କହିଛନ୍ତି, ଚଳିତ ବର୍ଷର ମହାକୁମ୍ଭ ଉଭୟ ମହାନତା ଓ ଦିବ୍ୟ ମହତ୍ୱ ଦୃଷ୍ଟିରୁ ପୂର୍ବର କୁମ୍ଭମେଳାକୁ ଅତିକ୍ରମ କରିବ । ପ୍ରୟାଗରାଜ-ମହାକୁମ୍ଭ ୨୦୨୫, ୪୫୦ ମିଲିୟନରୁ ଅଧିକ ତୀର୍ଥଯାତ୍ରୀ, ସାଧୁ ସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ବୋଲି ଆଶା କରାଯାଉଛି ।

ଉତରପ୍ରଦେଶ ସରକାର ଅନେକ ଯତ୍ନଶୀଳ ଓ ସମୟାନୁବର୍ତୀ ବ୍ୟବସ୍ଥା କରିଛି । ମିଡିଆକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ରାଜଭାର କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଅଧିନରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳୀରେ ମହାକୁମ୍ଭ ଆସନ୍ତା ଜାନୁଆରୀ ୧୩ରୁ ଫେବୃଆରୀ ୧୬ ତାରିଖ ୨୦୨୫ ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ଆୟୋଜିତ ହେବ । ୟୁନେସ୍କୋ ଦ୍ୱାରା ମାନବିକତାର ଏକ ମହାନ ସାଂସ୍କୃତିକ ଐତିହ୍ୟ ଭାବେ ସ୍ୱୀକୃତିପ୍ରାପ୍‌ତ ମହାକୁମ୍ଭ ପୁଣିଥରେ ୧୨ ବର୍ଷର ଅନ୍ତର ପରେ ପ୍ରୟାଗର ପବିତ୍ର ଭୂମିରେ ଆୟୋଜିତ ହେବାକୁ ଯାଉଛି । ଶ୍ରୀଯୁକ୍ତ ରାଜଭାର ଆହୁରି ମଧ୍ୟ କହିଛନ୍ତି ଯେ “ ଏହା ଏକ ସ୍ୱଚ୍ଛ, ସୁସ୍ଥ, ସୁରକ୍ଷିତ ଓ ଡିଜିଟାଲ ମହାକୁମ୍ଭ ହେବ । ଏହାକୁ ଏକ ସିଙ୍ଗଲ-ୟୁଜ ପ୍ଲାଷ୍ଟିକ-ଫ୍ରି ମହାକୁମ୍ଭ ଘୋଷଣା କରି ଏହି ସମାରୋହକୁ ପରିବେଶ ଅନୁକୂଳ କରିବା ପାଇଁ ସଙ୍କଳ୍ପ ନିଆଯାଇଛି । ଏହି ଅଭିଯାନର ଅଂଶ ଭାବେ ଦୋନା-ପତାଲ ଭେଣ୍ଡରମାନଙ୍କର ବିଭିନ୍ନ ଦୋକାନଗୁଡିକୁ ମେଳା ଅଂଚଳ ଆବଂଟନ କରାଯିବ ଏବଂ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରିବା ପାଇଁ ୪୦୦ ସ୍କୁଲର ପ୍ରିନ୍ସିପାଲଙ୍କ ସହ ବୈଠକ କରାଯାଇଛି, ଏକ ସ୍ୱଚ୍ଛ ମହାକୁମ୍ଭ ଅଭିଯାନ ସମ୍ପର୍କରେ ପ୍ରୟାଗରାଜର ୪ ଲକ୍ଷ ଛାତ୍ରଛାତ୍ରୀ ଓ ଏହାର ୫ ଗୁଣ ଜନତାଙ୍କୁ ଅବଗତ କରାଯାଇଛି ।

‘ହର୍ ଘର ଦସ୍ତକ’ କ୍ୟାମ୍ପେନ ଅଧିନରେ ଏକ ସିଙ୍ଗଲ-ୟୁଜ ପ୍ଲାଷ୍ଟିକ-ଫ୍ରି ପରିବେଶର ବାର୍ତାକୁ ପ୍ରତ୍ୟେକ ଘରଗୁଡିକରେ ପହଂଚାଯାଉଛି । ପ୍ରୟାଗରାଜ ରେ ହାରାହାରି ୩ ଲକ୍ଷ ଗଛ ଲଗାଯାଇଥିବା ବେଳେ ଉତରପ୍ରଦେଶ ସରକାର ମେଳା ଶେଷ ହେବା ପରେ ମଧ୍ୟ ସେଗୁଡିକର ଯତ୍ନ ନେବା ଓ ରକ୍ଷଣାବେକ୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ମହାକୁମ୍ଭରେ କଳ୍ପୱାସ ପାଳନ କରୁଥିବା ତୀର୍ଥଯାତ୍ରୀ, ସାଧୁ, ସନ୍ଥ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ବହୁସଂଖ୍ୟକ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ପ୍ୟାରେଡ ଗ୍ରାଉଣ୍ଡରେ ୧୦୦ଟି ବେଡ୍ ବିଶିଷ୍ଟ ହସ୍ପିଟାଲ ସ୍ଥାପନ କରାଯାଇଛି ।୨୦ଟି ଲେଖାଏଁ ବେଡ୍ ସହିତ ଆଉ ଦୁଇଟି ହସ୍ପିଟାଲ ଓ ୮ଟି ବେଡ୍ ସହିତ ଛୋଟ ଛୋଟ ହସ୍ପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ମେଳା ଅଂଚଳ ଓ ଆରେଲରେ ଆର୍ମି ହସ୍ପିଟାଲ ଦ୍ୱାରା ଦୁଇଟି ୧୦ଟି ବେଡ୍ ବିଶିଷ୍ଟ ଆଇସିୟୁ ସ୍ଥାପନ କରାଯାଇଛି । ଏହି ହସ୍ପିଟାଲଗୁଡିକରେ ଡାକ୍ତରମାନେ ୨୪ ଘଂଟା ଡ୍ୟୁଟିରେ ରହିବେ । ମୋଟ ୨୯୧ ଜଣ ଏମ୍‌ବିବିଏସ୍ ଡାକ୍ତର ଓ ସ୍ପେଶିଆଲିଷ୍ଟ, ୯୦ ଜଣ ଆୟୁର୍ବେଦିକ ଓ ୟୁନାନି ସ୍ପେଶାଲିଷ୍ଟ ଓ ୧୮୨ ଜଣ ନର୍ସିଂ ଷ୍ଟାଫ୍ ଉପସ୍ଥିତ ରହିବେ । ଏହି ହସ୍ପିଟାଲଗୁଡିକରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯାଇଛି । ଡେଲିଭରି ରୁମ୍‌, ଏମର୍ଜେନ୍ସି ୱାର୍ଡ ଓ ଡାକ୍ତରଙ୍କ ରୁମ୍ ଉପଲବ୍ଧ ରହିବ ।

ଉତରପ୍ରଦେଶର ଖାଦ୍ୟ ଓ ସାର୍ବଜନିନ ବିତରଣ ମନ୍ତ୍ରୀ ସତିଶ ଚନ୍ଦ୍ର ଶର୍ମା କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଅଧିନରେ ଉତରପ୍ରଦେଶର ଡବଲ ଇଞ୍ଜିନ ସରକାର ବିଶ୍ୱ ମଂଚରେ ଏହି ବିରଳ ଓ ଅତ୍ୟଧିକ ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମର ସାଂସ୍କୃତିକ, ଆଧ୍ୟାତ୍ମିକ, ପାରମ୍ପାରିକ ଓ ପୌରାଣିକ ମହତ୍ୱକୁ ପ୍ରଦର୍ଶିତ କରୁଛନ୍ତି । ରାଜ୍ୟ ସରକାର ସନାତନ ଭାରତୀୟଙ୍କ ବିଶାଳ ମହୋତ୍ସବ ମହାକୁମ୍ଭ-୨୦୨୫ ପାଇଁ ଭାରତର ସମସ୍ତ ରାଜ୍ୟ ଓ ସମଗ୍ର ବିଶ୍ୱକୁ ଆମନ୍ତ୍ରିତ କରିଛନ୍ତି । ଏହି କାରଣରୁ ଆମେ ଏହି ପବିତ୍ର ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରିବା ପାଇଁ ଏଠାକୁ ଆସିଛୁ । ମିଡିଆକୁ ସମ୍ବୋଧିତ କରି ରାଜ୍ୟର ଶ୍ରମ ଓ ରୋଜଗାର ମନ୍ତ୍ରୀ କହିଛନ୍ତି, ଉତରପ୍ରଦେଶ ସରକାର ଏକ ଦିବ୍ୟ, ବିଶାଳ ଓ ଡିଜିଟାଲ ମହାକୁମ୍ଭର ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି । ପ୍ରସ୍ତୁତିଗୁଡିକରେ ଏକ ଡେଡିକେଟେଡ ୱେସାଇଟ ଓ ଆପ୍‌ର ଶୁଭାରମ୍ଭ, ୧୧ଟି ଭାଷାରେ ଏକ ଏଆଇ-ପରିଚାଳିତ ଚାଟ୍‌ବଟ, ଲୋକ ଓ ଯାନଗୁଡିକ ପାଇଁ କ୍ୟୁାର-ଆଧାରିତ ପାସ୍‌, ଏକ ବହୁଭାଷୀୟ ଡିଜିଟାଲ ଲଷ୍ଟ-ଆଣ୍ଡ ଫାଉଣ୍ଡ ସେଂଟର, ସ୍ୱଚ୍ଛତା ଓ ଟେଂଟଗୁଡିକର ତଦାରଖ ପାଇଁ ଆଇସିଟି, ଜମି ଓ ସୁବିଧା ଆବଂଟନ ପାଇଁ ସଫ୍ଟୱେୟାର, ବହୁଭାଷୀୟ ଡିଜିଟାଲ ସିଗ୍ନେଜ (ଭିଏମ୍‌ଡି), ଏକ ଅଟୋମେଟେଡ ରାଶନ ସପ୍ଲାଇ ସିଷ୍ଟମ, ଡ୍ରୋନ-ଆଧାରିତ ସର୍ଭିଲାନ୍ସ ଓ ଡିଜାଷ୍ଟର ମ୍ୟାନେଜମେଂଟ, ୫୩୦ଟି ପ୍ରକଳ୍ପକୁ ତଦାରଖ କରିବା ପାଇଁ ଲାଇଭ ସଫ୍ଟୱେୟାର, ଏକ ଇନ୍‌ଭେଂଟୋରୀ ଟ୍ରାକିଙ୍ଗ୍ ସିଷ୍ଟମ ଓ ଗୁଗଲ ମ୍ୟାପ୍‌ରେ ସମସ୍ତ ସ୍ଥାନଗୁଡିକର ଏକତ୍ରୀକରଣ ଆଦି ସାମିଲ ରହିଛି ।

ପର୍ଯ୍ୟଟକଙ୍କ ପାଇଁ ୧୦୧ଟି ସ୍ମାର୍ଟ ପାର୍କିଂ ଫ୍ୟାସିଲିଟି ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରତିଦିନ ୫ ଲକ୍ଷ ପର୍ଯ୍ୟନ୍ତ ଯାନ ରଖାଯାଇପାରିବ । ତୀର୍ଥଯାତ୍ରୀମାନଙ୍କ ସ୍ନାନକୁ ସୁଗମ କରିବା ପାଇଁ ମହାକୁମ୍ଭ ସହରରେ ବିଦ୍ୟମାନ ୩୫ଟି ସ୍ଥାୟୀ ଘାଟ ସମେତ ୯ଟି ନୂତନ ଘାଟ ସ୍ଥାପନ କରାଯାଇଛି । ମୁମ୍ବାଇର ମାରାଇନ୍ ଡ୍ରାଇଭଭଳି ଏକ ନଦୀମୁହାଣକୁ ପ୍ରସ୍ତୁତ କରାଯାଇଛି ଯାହାକୁ ଗଙ୍ଗା ନଦୀ କୂଳରେ ୧୫.୨୫ କିଲୋମିଟର ଅଂଚଳରେ ବିକଶିତ କରାଯାଇଛି, ଏହା ସଙ୍ଗମରୁ ନାଗବାସୁକି ମନ୍ଦିର, ସୁରଦାସରୁ ଛଟନାଗ ଓ କୁର୍‌ଜନ ପୋଲରୁ ମହାବୀର ପୁରୀ ପର୍ଯ୍ୟନ୍ତ ବିସ୍ତାର ହୋଇରହିଛି । ଏହାଛଡା ଇଂଟିଗ୍ରେଟେଡ କଂଟ୍ରୋଲ କମାଣ୍ଡ ସେଂଟରକୁ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଅପ୍‌ଗ୍ରେଡ କରାଯାଇଛି । ୫୨ ସିଟର ସେଟଅପ୍ ସହିତ ସୁସଜ୍ଜିତ ୪ଟି ଭ୍ୟୁୟିଙ୍ଗ ସେଂଟରକୁ ରିଅଲ ଟାଇମ୍ ସିସିଟିଭି ମନିଟରିଂ ପାଇଁ ସ୍ଥାପନ କରାଯାଇଛି । ହାରାହାରି ୫୦ ମିଲିୟନ ଭକ୍ତ ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଯୋଗ ଦେବେ ବୋଲି ଆଶା କରାଯାଉଛି, ଯାହା ଏକ ବଡ ସଫଳତାକୁ ଚିହ୍ନିତ କରୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଣିବା ପାଇଁ ୩ଟି ଟେକ୍ନିକାଲ ପଦ୍ଧତିକୁ ବ୍ୟବହାର କରାଯିବ । ପ୍ରଥମ ପଦ୍ଧତି ହେଉଛି ଆଟ୍ରିବ୍ୟୁଟେଡ-ବେସ୍‌ଡ ସର୍ଚ୍ଚ, ୨ୟ ପଦ୍ଧତିରେ ଆର୍‌ଏଫ୍‌ଆଇଡି ରିଷ୍ଟବ୍ୟାଣ୍ଡ ସାମିଲ ରହିଛି ଏବଂ ୩ୟ ପଦ୍ଧତି ହେଉଛି ମୋବାଇଲ ଆପ୍ ଟ୍ରାକିଙ୍ଗ୍ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version