No Result
View All Result
୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ରେ ବାର୍ଷିକ କ୍ରୀଡା ମହୋତ୍ସବ ଓ କଳା ସଂସ୍କୃତି ମହୋତ୍ସବ ର ଅୟଆରମ୍ଭ ହୋଇଯାଇଅଛି ଆଜି ର ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ମୁଖ୍ୟ ଅଧିକାରୀ ଶ୍ରୀ ସମୀର ନାୟକ ଯୋଗ ଦେଇ କ୍ରୀଡା ଉପରେ ସଂକ୍ଷିପ୍ତ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ,
କନ୍ଧମାଳ ରେ କ୍ରୀଡା କିପରି ଆଗକୁ ବଢିବ ଏବଂ ପ୍ରତ୍ୟକ ଛାତ୍ର ଛାତ୍ରୀ ମାନେ ରାଜ୍ୟ କ୍ରୀଡ଼ାରେ ଭାଗ ନେଇ କନ୍ଧମାଳ ର ସୁନାମ ଅର୍ଜନ କରିବେ ଏହା ତାଙ୍କର ଆଶା ଓ ବିଶ୍ବାସ ବୋଲି ସମସ୍ତଙ୍କ ସମ୍ମୁଖ ରେ ତାଙ୍କ ଇଚ୍ଛା ବ୍ୟକ୍ତ କରିଥିଲେ, ଏତଦ୍ ଭିନ୍ନ ଜିଲ୍ଲା ଶିଳ୍ପ ତାଲିମ୍ ଅନୁଷ୍ଠାନ ର ଅଧକ୍ଷ ଇଂ ପ୍ରକାଶ ଚନ୍ଦ୍ର ସୋରେନ କ୍ରୀଡ଼ାକୁ ପତାକା ଦେଖାଇ ଉଦଘାଟନ କରିଥିଲେ
ଏବଂ ଏହି କ୍ରୀଡା ସମାରୋହ ରେ ସହ ତାଲିମ୍ ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଏହି କ୍ରୀଡା ରେ ଶାରୀରିକ କ୍ରୀଡା ଅଧିକାରୀ ପ୍ରତ୍ୟକ ବିଭାଗର ପ୍ରତିଯୋଗୀତା ର ଅୟଆରମ୍ଭ କରିଥିଲେ ଏଥିରେ ସରକାରୀ ତାଲିମ୍ ଅନୁଷ୍ଠାନର ସମସ୍ତ ସହ ତାଲିମ୍ ପ୍ରାପ୍ତ ଅଧିକାରୀ, ତାଲିମ୍ ପ୍ରାପ୍ତ ଅଧିକାରୀ, ଛାତ୍ର ଓ ଛାତ୍ରୀ ମାନେ ସହଯୋଗ କାମନା କରିଥିଲେ l ସର୍ବ ଶେଷରେ ସମସ୍ତ ଅତିଥି ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଡଃ ନୃସିଂହାନନ୍ଦ ମହାପାତ୍ର, ତାଲିମ୍ ପ୍ରାପ୍ତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result