No Result
View All Result

୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର – ଏକବିଂଶ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ । ଚଳିତ ଡ଼ିସେମ୍ବର ୭ ତାରିଖ ଦିନ ସେଚୁଂରିଅନ୍ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତନ ଉତ୍ସବକୁ ଉଦ୍ଘାଟନ କରି ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି । ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ ।
ଏଣୁ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବ୍ୟସାୟ କରି ଜ୍ଞାନର ପରିସର ବିସ୍ତାରିତ କରିବା ସହିତ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ । ସମାବର୍ତନ ଉତ୍ସବ ଛାତ୍ରଛତ୍ରୀମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭର ଅବସର ଆଣେ । ସ୍ନାତକମାନେ ମନରେ ନିଜ ପାଇଁ ଏକ ଭବିଷ୍ୟତ ଆଙ୍କି ସାରିଥିବେ । ତେଣୁ ଆଜି କେବଳ ସଫଳତାର ଦିନ ନୁହେଁ ବରଂ ଆକାଂକ୍ଷାର ଦିନ ମଧ୍ୟ । ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦିଗ ଯୁବ ଶକ୍ତିର ଆକାଂକ୍ଷା ଉପରେ ସ୍ଥିର ହେବାକୁ ଯାଉଛି ବୋଲି ରାଜ୍ୟପାଳ କହିଥିଲେ ।
ଏତଦ୍ବ୍ୟତୀତ ଯୁବ ସଶକ୍ତିକରଣ ପାଇଁ ବୈଷୟିକ ଶିକ୍ଷାର ବହୁଳ ପ୍ରୟୋଗ ସହିତ ଦକ୍ଷତା ବିକାଶ ଉପରେ ରାଜ୍ୟପାଳ ଶ୍ରୀ ଦାସ ଗୁରୁତ୍ୱ ଆରୋପ କରିଥିଲେ । ସୁପ୍ରିମକୋର୍ଟର ମାନ୍ୟବର ନ୍ୟାୟାଧୀଶ ଜଷ୍ଟିସ୍ ଶ୍ରୀ ସନ୍ଦୀପ ମେହେଟ୍ଟା ଏହି ସମାରୋହରେ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେନର ଚେୟାରମ୍ୟାନ ଡ଼. ଶ୍ରୀଧର ପାନିକର ସୋମନାଥ ଅନ୍ୟତମ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଭାଇସ୍-ଚ୍ୟାନସେଲର ଡ଼. ସୁପ୍ରିୟା ପଟ୍ଟନାୟକ ବିବରଣୀ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଡ଼. ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡ଼.ଏନ୍ ରାଓ, ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଅନୀତା ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବିଷୟରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରଯାଇଥିଲା ।

No Result
View All Result