୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ) ଭୁବନେଶ୍ୱର ପକ୍ଷରୁ ଏହାର ବାର୍ଷିକ ଆଲୁମ୍ନି ମିଟ୍ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂରୁଣା ସାଙ୍ଗମାନଙ୍କର କ୍ୟାମ୍ପସ୍ ସ୍ମୃତିକୁ ଉଦ୍ଜୀବିତ କରିଥିବା ସହ ସେମାନଙ୍କୁ ପୁନର୍ବାର ଏକାଠି କରିଥିଲା । ଇଣ୍ଟରାକ୍ଟିଭ ଅଧିବେସନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ଫାକଲ୍ଟି ଏବଂ ସେମାନଙ୍କ ବିଭାଗର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାଚକ୍ରରେ ଭାଗ ନେଇଥିଲେ ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରିଜିଓନାଲ ଇଣ୍ଡଷ୍ଟ୍ରି କୋଅର୍ଡିନେଟର ଡଃ ଗୈାତମ ସାହା ସ୍ୱାଗତ ସମ୍ଭାଷଣ ଦେଇ ପୁରାତନ ଛାତଛାତ୍ରୀମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଥିଲେ । ନିର୍ଦ୍ଦେଶକ ରାଜେଶ କୁମାର ଝା ପୁରାତନ ଛାତଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ।