No Result
View All Result
୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେଶର ଅଗ୍ରଣୀ ରାଷ୍ଟାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରୁ କାନାରା ବ୍ୟାଙ୍କ ହେଉଛି ଅନ୍ୟତମ ଯେଉଁଥିରେ ଦେଶ ତଥା ରାଜ୍ୟର ଏକ ବୃହତ୍ତ ନେ ଟ୍ୱର୍କ ରହିଛି । ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡିକୁ ସଶକ୍ତ କରିବା ପାଇଁ କାନାରା ବ୍ୟାଙ୍କ ପ୍ରତିବଦ୍ଧ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ଅଭିବୃଦ୍ଧି ଉପରେ ପ୍ରାଧାନ୍ୟ ଦେଇ କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କ ସହ ଯୋଡି ହେବା ତଥା ବ୍ୟାଙ୍କିଙ୍ଗ୍ ସମସ୍ୟାର ସମାଧାନ କରିବା ନିମନ୍ତେ ଏକ ବୃହତ୍ତ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଏମ୍ଏସ୍ଏମ୍ଇ କ୍ଲଷ୍ଟର ଆଉଟ୍ରିଚ୍ କାର୍ଯ୍ୟକ୍ରମ ଚଳିତ ମାସ ୦୬ ତାରିଖରେ ବରଗଡ, ବାଲେଶ୍ୱର, ବ୍ରହ୍ମପୁର ଏବଂ କଟକଠାରେ ଅନୁଷ୍ଠିତ ହୋଇଥିବା ସହ ଏଥିରେ ମଣ୍ଣଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରୀୟ ମୁଖ୍ୟ ମାନେ ଯୋଗ ଦେଇଥିଲେ । ସେହିପରି ଚଳିତ ମାସ ୦୭ ତାରିଖରେ ଏହା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ର ଏବଂ ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦରଙ୍କ ଉପସ୍ଥିତରେ ପୁରୀ ଓ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି ।
ବ୍ୟାଙ୍କର ମୁଖ୍ୟ ପଦକ୍ଷେପଭିତ୍ତିକ କାର୍ଯ୍ୟକ୍ରମଗୁଡିକ :
ଏମ୍ଏସ୍ଏମ୍ଇକୁ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ସେବା, ଋଣ, ଜମା ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସମାଧାନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ କର୍ମଶାଳା ଆୟୋଜିତ କରିବା । ସରକାରୀ ଯୋଜନା ଓ ସବ୍ସିଡି ଉପରେ ଏମ୍ଏସ୍ଏମ୍ଇଗୁଡିକର ଅଭିବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଇବା ।
ଅଧିକ ସୂଚନା ଓ ସହାୟତା ପାଇଁ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ କାନାରା ବ୍ୟାଙ୍କର ନିକଟତମ ଶାଖା ପରିଦର୍ଶନ କରିବାକୁ ଆମନ୍ତ୍ରିତ କରିବା । ୦୬ ଏବଂ ୦୭ ଡିସେମ୍ବର ୨୦୨୪ରେ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟରେ ମୋଟ୍ ୫୧୫ ଜଣ ଲିଡ୍, ୨୨୦ କୋଟି ଟଙ୍କା ସୃଷ୍ଟି । କାନାରା ବ୍ୟାଙ୍କର ସଦ୍ୟତମ ଅଫରଗୁଡିକ ଗ୍ରାହକ କୈନ୍ଦ୍ରିକତା ପ୍ରତି ଉତ୍ସର୍ଗୀକୃତତାକୁ ବ୍ୟାଙ୍କିଙ୍ଗ୍ ଇଣ୍ଡଷ୍ଟ୍ରିରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ।
No Result
View All Result