୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋଦାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର୍ ନଂ.ଓଡି-୧୨-ଇ-୫୬୦୪ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଛକରେ ।

ଏହି ଦୁର୍ଘଟଣାରେ ରାସ୍ତାରେ ଯାଉଥିବା ବେଳେ ଧକ୍କା ଖାଇଥିବା ଜଣେ ଯୁବତୀ ଆହତ ହୋଇଥିବା ବେଳେ ଚାହା ଓ ପରିବା ଦୋକାନୀ ମହିଳା ସମେତ ୪ ଜଣ ଆହତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସା ଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସେପଟେ ଦୁର୍ଘଟଣାରେ ଠେଲା ଗାଡି ଚାହା ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପରିବା ବ୍ୟବସାୟୀଙ୍କ ସମସ୍ତ ପରିବା ମଧ୍ୟ ନଷ୍ଟ ହୋଇ ଯାଇ ଥିବା ଜଣାପଡ଼ିଛି । ଚାଳକ ଜଣକ ପକାରୀ ଚର୍ଚ୍ଚ ରେ ଫାଦର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବେପରୁଆ ଗାଡ଼ି ଚାଳକ ଓ ଗାଡିକୁ ଥାନାରେ ଅକଟ ରଖି ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୋଲିସ୍ ।