No Result
View All Result
୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ‘ସମଗ୍ର ଶିକ୍ଷା’ ପୁରୀ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ସମାରୋହ-2024 ବିଶ୍ଵମ୍ଭର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢି ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମାରୋହକୁ ଉଦ୍ ଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ହିମାଂଶୁ ଭୂଷଣ ସାମର୍ଥା ,ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ,ବିଶ୍ଵମ୍ଭର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶୁଭଶ୍ରୀ ଦାଶ, ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ I ଦିବ୍ୟାଙ୍ଗ ମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ I
ସାଧାରଣ ଜୀବନରେ ସେମାନଙ୍କୁ ଆପଣେଇ ନେବା ପ୍ରତିଟି ମଣିଷର ଦାୟିତ୍ଵ ବୋଲି ଅତିଥିମାନେ ପ୍ରକାଶ କରିବା ସହିତ ସେମାନଙ୍କ ହୃଦୟର ସମର୍ପଣ ଭାବ ବିଶ୍ୱ ଓ ସମାଜକୁ ସୁଖମୟ କରିବ ବୋଲି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ବିଜୟ କୁମାର ପଣ୍ଡା ଙ୍କ ରଚିତ ଆମେରେ ସନ୍ତାନ ମାଟି ମା’ର ଗୀତ କୁ ସମବେତ କଣ୍ଠରେ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ବଡ଼ଶଙ୍ଖ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା I
ଅଭିନେତା ଦେବୀ ପ୍ରସାଦ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବ୍ଲକ ସ୍ତରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ସଭାକାର୍ଯ୍ୟକୁ ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ସମଗ୍ର ଶିକ୍ଷା ର ଅର୍ଥ ପରାମର୍ଶ ଦାତା ବିଚିତ୍ରାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ I ଏଗାରଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ବିଜୟ କୁମାର ପଣ୍ଡା, କ୍ରୀଷ୍ଣା ମହାପାତ୍ର, କମଳାକାନ୍ତ ରଥ, କାର୍ତ୍ତିକେଶ୍ବର ପ୍ରଧାନ,ବରଦା ପ୍ରସନ୍ନ ରାଉତ,ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଏଗାରଟି ବ୍ଲକର ସମ୍ବଳ ଶିକ୍ଷକ ମାନେ ସହଯୋଗ କରିଥିଲେ I
No Result
View All Result