No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭଦ୍ରକ :-> ଭଦ୍ରକ ବାଣିଜ୍ୟ ମେଳା ଚଳିତ ମାସ ଡିସେମ୍ବର ୬ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଭଦ୍ରକ କଲେଜ ପଡ଼ିଆଠାରେ ଚାଲିବ । ଚଳିତ ବର୍ଷ ବାଣିଜ୍ୟ ମେଳାରେ ୧୮୭ଟି ଷ୍ଟଲ ଖୋଲିବ । ଚଳିତ ବର୍ଷ ଦେଶର ବିଭିନ୍ନ ଜାଗରୁ ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରୁଅଛନ୍ତି ।
ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମୁ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀ ମାନେ ସେମାନଙ୍କର ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିଜୟ କରିବେ।
ତାହା ସହିତ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ମଧ ଏସ.ଏଚ୍.ଜି. ଓ ବ୍ୟବସାୟୀ ଅଂଶଗ୍ରହଣ କରୁଅଛନ୍ତି । ଭଦ୍ରକ ବାଣିଜ୍ୟ ମେଳା ପରିସରରେ ଏକ ଅଟୋ ଏକ୍ସପୋର ମଧ୍ୟ ଆୟୋଜନ କରାଯାଇଅଛି । ଏଥରେ ବିଭିନ୍ନ ଯାନବାହାନ ନିର୍ମାତା ସେମାନଙ୍କ ଗାଡି ଗୁଡିକ ପ୍ରଦର୍ଶିତ କରିବେ ।
ଏବଂ ଜନସାଧାରଣ ସେମାନଙ୍କ ମନପସନ୍ଦର ଗାଡି ଉକ୍ତ ଏକ୍ସପୋର ବୁକିଂ କରି ସତନ୍ତ୍ର ରିହାତି ପାଇବାର ସୁଯୋଗ ନେଇପାରିବେ । କେନ୍ଦ୍ର ସରକରାଙ୍କ MSME ର ମଧ୍ୟ ୭୦ଟି ଷ୍ଟଲ ସ୍ଥାନ ପାଇବ । ମେଳାରେ ଘରକରଣା ସାମଗ୍ରୀ ଠାରୁ ନେଇ ପୋଷାକ, ଦୈନଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ, ଜୋତା, ଚପଲ, ଘର ସଜାଇବା ଆଦି ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ ।
No Result
View All Result