No Result
View All Result
୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଦିଲ୍ ସେ ଓପନ୍’ ଅଭିଯାନର ପରବର୍ତୀ ଅଧ୍ୟାୟ ଆରମ୍ଭ କରାଯାଇଛି । ‘ହର ରାହ ଦିଲ ସେ ଓପନ୍’ ନାମକ ଏହି ଅଭିଯାନ ୧,୦୦,୦୦୦ରୁ ଅଧିକ ବ୍ୟାଙ୍କରଙ୍କ ସମର୍ପଣକୁ ସମ୍ମାନ ଜଣାଉଛି । ସେମାନେ ଅସାଧାରଣ ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରଛନ୍ତି । ଟ୍ରାଞ୍ଜାକସନ୍ ବ୍ୟାଙ୍କିଙ୍ଗ୍ ଯୁଗରେ ଗ୍ରାହକ-ପ୍ରଥମ ଆଭିମୁଖ୍ୟ ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି । ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୧୯ରେ ପ୍ରଥମେ ‘ଦିଲ୍ ସେ ଓପନ୍’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।
ନୂଆ ପିଢ଼ିର ଡିଜିଟାଲ୍-ପ୍ରଥମ ପ୍ରାଥମିକତାଠାରୁ ଆରମ୍ଭ କରି ଗ୍ରାମୀଣ ଭାରତ ଏବଂ ସହରାଚଂଳ ପର୍ଯ୍ୟନ୍ତ ଲୋକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ୨୦୨୪ ଅଭିଯାନରେ ଦର୍ଶାଯାଇଛି । ‘ହର ରାହ ଦିଲ୍ ସେ ଓପନ୍’ ନାମକ ଏହି ନୂଆ ଅଭିଯାନକୁ ପାଂଚଟି ଚଳଚ୍ଚିତ୍ର ଜରିଆରେ ଜୀବନ୍ତ କରାଯାଇଛି ଯେଉଁଥିରେ ବେତନଭୋଗୀ, ବରିଷ୍ଠ ନାଗରିକ, ଉଦ୍ୟୋଗୀ, ଉଚ୍ଚ ସମ୍ପତ୍ତି ବିଶିଷ୍ଟ ଗ୍ରାହକ ଏବଂ ସାଧାରଣ ଗ୍ରାହକଙ୍କ ଭଳି ଭିନ୍ନ ଭିନ୍ନ ବର୍ଗ ଉପରେ ଧ୍ୟାନ ଦିଆଯାଇଛି ।ଆକ୍ସିସ୍ ବ୍ୟାଙ୍କର ୫,୫୭୭ ଶାଖାର ବିସ୍ତୃତ ନେଟୱାର୍କରେ ବିଭିନ୍ନ ଆର୍ôଥକ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବାକୁ ଆକ୍ସିସ୍ ବ୍ୟାଙ୍କର କର୍ମଚାରୀମାନେ କିପରି ପ୍ରତିଶ୍ରୁତିବଦ୍ଧ ତାହା ଏହି ଚଳଚ୍ଚିତ୍ରଗୁଡ଼ିକରେ ଦର୍ଶାଯାଇଛି ।
ଏହି ଅଭିଯାନ ଆକ୍ସିସ୍ ବ୍ୟାଙ୍କର ସୁଦୃଢ଼କର୍ମଚାରୀଙ୍କୁ ମଧ୍ୟ ସମ୍ମାନ ଜଣାଉଛି । ଆକ୍ସିସ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ରାଜୀବ ଆନନ୍ଦ କହିଛନ୍ତି, ଯେ, “ ଆକ୍ସିସ ବ୍ୟାଙ୍କ ସର୍ବଦା ଏକ ମୂଲ୍ୟବୋଧ ଉପରେ ଆଧାରିତ ଅନୁଷ୍ଠାନ । ଗ୍ରାହକ-କେନ୍ଦ୍ରୀକରଣ ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ସହିତ ଏହା ଆମର ଅନନ୍ୟ ମୂଲ୍ୟ ପ୍ରସ୍ତାବର ମୂଳଦୁଆ ସୃଷ୍ଟି କରିଛି । ଯେହେତୁ ଆମେ ଏକ କ୍ରମାଗତ ପରିବର୍ତନଶୀଳ ଏବଂ ଆହ୍ୱାନପୂର୍ଣ୍ଣ ବ୍ୟବସାୟିକ ପରିବେଶ ଅତିକ୍ରମ କରୁଛୁ, ଆମେ ନିଶ୍ଚିତ ଯେ ପରିଦୃଶ୍ୟରେ ଯାହା ପରିବର୍ତନ ହେଉ ନା କାହିଁକି ଏକ ସଂସ୍ଥା ଭାବେ ଗ୍ରାହକଙ୍କୁ ପ୍ରାଥମିକତା ଦେବ ପ୍ରାସଙ୍ଗିକ ରହିବ ।”
ଆକ୍ସିସ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି ଯେ, “ ଆମର ‘ଦିଲ୍ ସେ ଓପନ୍’ ଅଭିଯାନ ହର ରାହ ଦିଲ୍ ସେ ଓପନ୍ ହେଉଛି ସେହି ମୂଲ୍ୟବୋଧର ଉତ୍ସବ ଯାହା ଆମ ବ୍ୟାଙ୍କକୁ ଆକାର ଦେଇଛି ଏବଂ ପ୍ରତ୍ୟେକ କର୍ମଚାରୀଙ୍କ ଗ୍ରାହକଙ୍କ ପ୍ରତି ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିଛି । ଆକ୍ସିସ ବ୍ୟାଙ୍କରେ ଆମେ ବିଶ୍ୱାସ କରୁ ଯେ ବ୍ୟାଙ୍କ ସେବା କେବଳ କାରବାର ପାଇଁ ନୁହେଁ; ଏହା ମାନବୀୟ ସମ୍ପର୍କ ମଧ୍ୟ । ଆମର ଅନେକ କର୍ମଚାରୀ ପରଦା ପଛରେ କାମ କରି ଗ୍ରାହକଙ୍କ ଜୀବନରେ ପ୍ରଭାବ ପକାଇଥାନ୍ତି । ଯେଉଁ ଦୁନିଆରେ ପ୍ରଯୁକ୍ତି ପ୍ରାୟତଃ କେନ୍ଦ୍ରବିନ୍ଦୁ ପାଲଟିଛି, ସେଠାରେ ଆମେ ବିଶ୍ୱାସ କରୁ ଯେ ଆମର ଲୋକମାନେ ହିଁ ସବୁ ପରିବର୍ତନ ଆଣିଛନ୍ତି ।”
No Result
View All Result