No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗୁରୁ ହରିହର ଖୁଣ୍ଟିଆଙ୍କ ଏକତ୍ରିଂଶତମ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାମଞ୍ଚରେ ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ କବିତିଳକ ଗୁରୁ ଆର୍ତ୍ତତ୍ରାଣ ଶତପଥୀ । ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦର କଳାକାର ମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନା ଓ ମାଧବ ଶ୍ରୀନନ୍ଦନଙ୍କ ବାଦ୍ୟ ସହଯୋଗରେ କବିତିଳକ ଆର୍ତ୍ତତ୍ରାଣ ଶତପଥୀଙ୍କ ରଚନାକୁ ପରିବେଷଣ କରିଥିଲେ ।
ଚଳିତ ବର୍ଷ ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ ଓ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ଗୁରୁ ହରିହର ଖୁଣ୍ଟିଆ ସ୍ମୃତି ସମ୍ମାନ ପ୍ରଦାନ କରାଗଲା । କୃଷ୍ଣ ଚନ୍ଦ୍ର ସାହୁ, ବିଶ୍ୱରଂଜନ ନନ୍ଦ ଏବଂ ସୁଶ୍ରୀ ପ୍ରଜ୍ଞା ମିଶ୍ରଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ, ମଞ୍ଜୁଶ୍ରୀ ମହାନ୍ତି ଶାସ୍ତ୍ରୀୟ ସଙ୍ଗୀତ ଓ ଗୁରୁ ଅଶୋକ ଦାସଙ୍କ ନିର୍ଦ୍ଦେଶନାରେ ‘ନବ ପ୍ରତିଭା” ଅନୁଷ୍ଠାନର କଳାକାରମାନେ”ପୁତନା’ ନୃତ୍ୟ ନାଟିକା ପରିବେଷଣ କରିଥିଲେ । ଚିତ୍ତରଞ୍ଜନ ପଣ୍ଡା, ଭାଗିରଥି ଖୁଣ୍ଟିଆ ଓ ବିଜୟ କୁମାର ପଣ୍ଡା ଉତ୍ସବ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗୁରୁ ରବିନାରାୟଣ ପଣ୍ଡା, ଗୁରୁ ବିପିନ ବାରିକ, ଜଗନ୍ନାଥ ସାହୁ, ଗୁରୁ ଗୈ । ରାଙ୍ଗ ଖୁଣ୍ଟିଆ, ଗୁରୁ ପ୍ରକାଶ ରଥ, ସୁରେନ୍ଦ୍ର ନାୟକ, କୃଷ୍ଣ ସାହୁ, ମନୋଜ ମହାପାତ୍ର , ପ୍ରାଣକୃଷ୍ଣ ମହାପାତ୍ର, ଅଶୋକ ମହାନ୍ତି, ଚନ୍ଦ୍ରଶେଖର ମହାରାଣା, ପ୍ରଦୀପ କୁମାର ଦାଶ, ପ୍ରସନ୍ନ ମିଶ୍ର, ନାରାୟଣ ସିହ୍ନା, ଶ୍ୟାମସୁନ୍ଦର ସେନାପତି, ଆରତୀ ଜେ ଦାସ, ଉମାକାନ୍ତ ଦାସ, ନଳିନୀକାନ୍ତ ନାୟକ, ପ୍ରମୋଦ ପ୍ରଧାନ, ଗୋବିନ୍ଦ ମହାନ୍ତି ପ୍ରମୁଖ କଳାପ୍ରେମୀ ଯୋଗଦେଇଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଇନ୍ଦିରା ପ୍ରତିହାରୀ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
No Result
View All Result