No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କୋଣାର୍କ ମୁକ୍ତାକାଶରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୩୫ ତମ କୋଣାର୍କଉତ୍ସବ କୁ ରବିବାର ସଂଧ୍ୟା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଅନ୍ୟମାନେ ଯୋଗଦେଇଥିଲେ |
ମୁଖ୍ୟମନ୍ତ୍ରୀ ଚନ୍ଦ୍ରଭାଗା ଯାଇ ୧୪ ତମଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ କୁଉଦଘାଟନ କରିଥିଲେ | କୋଣାର୍କ ଉତ୍ସବ ଓ ବାଲୁକା କଳାନୃତ୍ୟ ଶିଳ୍ପୀ ମାନେ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ଉତ୍ସବ ପାଇଁ ସମଗ୍ର କୋଣାର୍କ ରଙ୍ଗୀନ ହୋଇଯାଇଥିଲା । ଘୁଙ୍ଗୁର ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା କୋଣାର୍କ | ପାଖପାଖି ଓଡ଼ିଶାରୁ ୪୦ଜଣ ହସ୍ତଶିଳ୍ପୀ ବିଭିନ୍ନ ହସ୍ତକଳା ପସରାପକାଇଛନ୍ତି । ସେଥିପାଇଁ ନିର୍ଦ୍ଦେଶାଳୟଦ୍ଵାରା କଳାକାରଙ୍କୁ ମନୋନୀତ କରାଯାଇଛି । ଏଥିସହ ଖାଦ୍ୟ ପସରା,ହେଲିପ୍ୟାଡରେ ୩ଟି ଯାତ୍ରା ବା ଅପେରା ଓ ମୀନାବଜାର ଅନ୍ୟତମ ଆକର୍ଷଣସାଜିବ। ଏହି ୫ଦିନ କେବଳ ଓଡ଼ିଶାନୁହେଁ, ସମଗ୍ର ବିଶ୍ବର ଧାନ ଆକର୍ଷଣ କରିଛି |
ଝଲସୁଛି ମୁକ୍ତାକାଶରଙ୍ଗମଞ୍ଚ, ଚମକୁଛି ଚନ୍ଦ୍ର ଭାଗବେଳାଭୂମି। ଡିସେମ୍ବର୧ଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ଦିନବ୍ୟାପୀ ଉତ୍ସବ ମୁଖରିତ ହେବ ଗୌରବଭୂମି କୋଣାର୍କ ମାଟି। ଆରମ୍ଭ ହେଉଛି୩୫ ତମ କୋଣାର୍କ ଉତ୍ସବ ଏବଂ ୧୪ତମଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ।ଏହି ଉତ୍ସବ ପାଇଁ ନୂଆ ବୋହୂବେଶ ରେ ପୂରା ସଜେଇ ହୋଇଛି କୋଣାର୍କ ସହର। ସୂର୍ଯ୍ୟ ମନ୍ଦିରରୁବେଳାଭୂମି ପର୍ଯ୍ୟନ୍ତ ପୂରା ଚକାଚକ୍।ସଞ୍ଜ ନଇଁଲେ ଅଧିକ ଆକର୍ଷଣୀୟ ଓ ରଙ୍ଗିନ ଲାଗୁଛି । ୫ଟି ଯାକ ସନ୍ଧ୍ୟାରେ କଳିଙ୍ଗ ଚାରୁ କଳାର ଅନନ୍ୟ ଐତିହ୍ୟ ତଥା କାରୁକାର୍ଯ୍ୟ ସମ୍ପନ୍ନ ବିଶ୍ବର ଅନ୍ୟତମ ଆଶ୍ଚର୍ଯ୍ୟ କୋଣାର୍କ ମନ୍ଦିର ସମ୍ମୁଖରେ ନୃତ୍ୟ ପରିବେଷଣ କରିବେ ନୃତ୍ୟଶିଳ୍ପୀ।
ପ୍ରତି ସନ୍ଧ୍ୟାରେ ଓଡ଼ିଶୀ ସମେତ ଦେଶବିଦେଶର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ବାଦ୍ୟର ସମନ୍ଵୟରେ ପୂରି ଉଠିବମଞ୍ଚ। ଶୀତୁଆ ସନ୍ଧ୍ୟା, କୋହଲା ପାଗରେ ମତୁଆଲା ହେବେ ଉପସ୍ଥିତ ସଂସ୍କୃତିପ୍ରେମୀ । କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ରେ ନହେଲେ ବି ପରୋକ୍ଷରେ ଦୂରଦର୍ଶନ ମାଧ୍ୟ୍ୟମରେ ଉପଭୋଗ କରିବେ ଦର୍ଶକ । ସନ୍ଧ୍ୟା ସାଢ଼େ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଉତ୍ସବର ଆଦ୍ୟ ସନ୍ଧ୍ୟାରେ ଭୁବନେଶ୍ଵର ଉତ୍କଳସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ,ନୂଆଦିଲ୍ଲୀର ମାଳତୀ ଶ୍ୟାମ କଥକ,ଦ୍ଵିତୀୟ ସନ୍ଧ୍ୟାରେ କୋଲକାତାରପ୍ରୀତି ପଟେଲ୍ ମଣିପୁରୀ ଓ ଆଲୋକକାନୁନ୍ଗୋଙ୍କ ସିଞ୍ଜନ ନୃତ୍ୟାଳୟ ଦ୍ଵାରାଓଡ଼ିଶୀ,
ତୃତୀୟ ସନ୍ଧ୍ୟାରେ କୋଲକାତାରଅଣ୍ଣବ ବନ୍ଦୋପାଧ୍ୟାୟଙ୍କ ଦର୍ପଣୀ ଦ୍ଵାରାଓଡ଼ିଶୀ ଓ ଆମେରିକାର ଡ. ସୁନନ୍ଦାନାୟାରଙ୍କ ମୋହି ନୀଆଙ୍ଗମ୍, ଚତୁର୍ଥସନ୍ଧ୍ୟାରେ ହାଇଦ୍ରାବାଦର ଦୀପିକାରେଡ୍ଡୀ କୁଚିପୁଡ଼ି ଓ ଭୁବନେଶ୍ଵରରବିଚିତ୍ରାନନ୍ଦ ୱାଇଁଙ୍କ ରୁଦ୍ରାକ୍ଷ ଫାଉଣ୍ଡେସନ୍ଦ୍ଵାରା ଓଡ଼ିଶୀ ଏବଂ ପଞ୍ଚମ ତଥାଶେଷ ସନ୍ଧ୍ୟାରେ କୋଲକାତାର ଓଡ଼ିଶୀ ଓ ନୂଆଦିଲ୍ଲୀର ଗୀତା ଚନ୍ଦ୍ରନଭାରତନାଟ୍ୟମ୍ ପରିବେଷଣ କରିବେ।
ସେ ହି ଭଳି ରାଜ୍ୟ ତଥା ଦେଶବିଦେଶର ବାଲୁକା ଶିଳ୍ପୀଙ୍କୁ ନେଇଆୟୋଜିତ ହୋଇଛି ବାଲୁକା ମହୋତ୍ସବ । ଏଥିରେ ବିଭିନ୍ନ ବିଷୟବସ୍ତୁକୁ ଆଧାରକରି ବାଲୁକା କଳାରେ ଚମତ୍କାରିତାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଦେଖାଇବେ । ବେଳାଭୂମିରେ ସ୍ଵତନ୍ତ୍ର ବାଲି ଗଦା ହେବାଏହାର ବ୍ରାଣ୍ଡ୍ ଆମ୍ବାସାଡର୍ ଅଛନ୍ତି । ପ୍ରତି କଳାକାରଙ୍କ ପାଇଁ ସ୍ଥାନସଂରକ୍ଷିତ କରାଯାଇଛି । ମୋଟ ୩୫ ଷ୍ଟଲ କରାଯାଇଛି ।

No Result
View All Result