୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୁର୍ଲା :-> ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ସମ୍ବଲପୁରର କୁଚିଣ୍ଡାଠାରେ ଏକ ସୋଲାର୍ ପିଭି ଇନଷ୍ଟଲର୍ ଭୋକେସନାଲ୍ ଟ୍ରେନିଂ ସେଣ୍ଟର (ସୂର୍ଯ୍ୟମିତ୍ର) ପ୍ରତିଷ୍ଠା କରାଯାଇଅଛି । କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ବିଭାଗ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ଟ୍ରେନିଂ ସେଣ୍ଟରର ଉଦଘାଟନ ଗତ ତା. 27.11.2024 ରିଖି ଦିନ କରାଯାଇଥିଲା । ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ବିକାଶ ଏଜେନ୍ସି (OREDA), ସମ୍ୱଲପୁରର ସହକାରୀ ନିର୍ଦ୍ଦେଶକ ଶ୍ରୀ ମିଟୁ ପଣ୍ଡା ଏବଂ କୁଚିଣ୍ଡା ବ୍ଲକର ଅଧକ୍ଷ ଶ୍ରୀ ଭୁବନେଶ୍ୱର କିଶନ ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସୌର PV ସ୍ଥାପନ, ଏହାର ରକ୍ଷଣାବେକ୍ଷଣ ଏବଂ ଏହାର ମରାମତି କ୍ଷେତ୍ରରେ ତାଲିମ ଏବଂ ସାର୍ଟିଫିକେଟ୍ ପ୍ରଦାନ କରିବା ଦିଗରେ ପରିକଳ୍ପନା କରାଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଏକ କୁଶଳୀ ଏବଂ ନିଯୁକ୍ତି ଯୋଗ୍ୟ କାର୍ଯ୍ୟାବଳୀ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ସୁବିଧା ଦ୍ୱାରା ସ୍ଥାନୀୟ ଯୁବକ, ଆକାଂକ୍ଷୀ ପେସାଦାର ଏବଂ ସୌର ଶକ୍ତି ପ୍ରଣାଳୀରେ ବିଶେଷଜ୍ଞ ହେବାକୁ ଚାହୁଁଥିବା ଟେକ୍ନିସିଆନ ଉପକୃତ ହେବେ ବୋଲି ଆଶା କରାଯାଉଛି । ସ୍ଥାନୀୟ ଶ୍ରମଶକ୍ତିକୁ ଉପକୃତ କରିବା ବ୍ୟତୀତ, ଟିପିଡବ୍ଲ୍ୟୁଓଡିଏଲ୍ ଆଶା କରେ ଯେ ଏହି ତାଲିମ କେନ୍ଦ୍ର ଅକ୍ଷୟ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ପାଇଁ ଏକ କୁଶଳୀ କାର୍ଯ୍ୟାବଳୀ ସୃଷ୍ଟି କରି ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ଯୋଗଦାନ କରିବ ।