No Result
View All Result
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ କୃଷି ଉଦ୍ୟାନ ବିଭାଗରେ ସରକାରୀ ବାସଭବନରେ ଦଉଡ଼ି ଦେଇ କର୍ମଚାରୀଙ୍କ ଆତ୍ମହତ୍ୟା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଫୁଲବାଣୀ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସର ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପୁଅ ଆଣିଲେ ହତ୍ୟା ଅଭିଯୋଗ ।
ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନଲାଇନରେ ଦୁଇ ହଜାର ଟଙ୍କା ପଠାଇଥିଲେ । ଏଥିସହିତ ସେ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ । କିନ୍ତୁ, ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ରବିବାର ପରିବାର ଲୋକେ ଫୁଲବାଣୀ ପହଞ୍ଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଫୁଲବାଣୀ ଟାଉନ ଥାନା ପୋଲିସ୍ ।
No Result
View All Result