No Result
View All Result
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଫିନିକ୍ସ ସେବାର ଅଷ୍ଟମ ବାର୍ଷିକୋତ୍ସବ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଠାରେ ଓଡ଼ିଆ ଭାଷା ସାହତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ବିଭିନ୍ନ ବିଦ୍ୟାଳୟ ମାନଙ୍କ ମଧ୍ୟରେ “ଶିଶୁ ଦିବସ” ବିଷୟ ବସ୍ତୁ ଉପରେ ବକ୍ତୃତା,ଚିତ୍ରାଙ୍କନ, କାହାଣୀ,ସାଧାରଣ ଜ୍ଞାନ ଇତ୍ୟାଦି ପ୍ରତିଯୋଗୀତା କରାଯାଇ ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପଦ୍ମଶ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା, ମନୋରଞ୍ଜନ ପାଣିଗ୍ରାହୀ,ଡଃ ଜ୍ୟୋତ୍ସ୍ନା ରାଣୀ ପାତ୍ର, ବିଶିଷ୍ଟ ହୃଦରୋଗ ଡକ୍ଟର ଶ୍ୱେତାଙ୍କ ଦାସ, ଶ୍ରୀମତୀ ନିବେଦିତା ଭଞ୍ଜ ପ୍ରମୁଖ ଉପସ୍ଥିତ ଯୋଗଦେଇ ଆଲୋଚ୍ୟ ସାହିତ୍ୟ ଓ ସେବା ଉପରେ ବକ୍ତବ୍ୟ ଦେଇ କହିଥିଲେ ଯେ, ସାହିତ୍ୟ କ’ଣ ଶିକ୍ଷା ଦିଏ ଏବଂ ସକାରାତ୍ମକ ଧାରା ସହ ନିଃସ୍ଵାର୍ଥ ଭାବରେ ସ୍ୱାର୍ଥକୁ ତ୍ୟାଗ କରି ଗଣ ସ୍ୱାର୍ଥ ନିମନ୍ତେ ସେବାର ଆବଶ୍ୟକତା ରହିଛି I
ଏହି ଅବସରରେ ତୁଷାର ଚାରିଟେବଲ୍ ଟ୍ରଷ୍ଟ,ସୃଷ୍ଟି ଓ ସ୍ରଷ୍ଟା କଳା ସଂସ୍କୃତି ବିକାଶ ଟ୍ରଷ୍ଟ,ପୁରାତନ ଛାତ୍ର ସଂସଦ ଭୋଳାନାଥ ବିଦ୍ୟାପୀଠ ପୁରୀ, ଶ୍ରୀ ଧୃତି ମୟ ବେହେରା,ମହିଳା ଦକ୍ଷତା ସମିତି ପ୍ରମୁଖ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ଆୟୋଜିତ ସଭାରେ ସୁଭୋଜିତ୍ ପଣ୍ଡା, ଅନୁଷ୍ଠାନର ଅଧ୍ୟକ୍ଷ ମଲ୍ଲିକ ଅୱେସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସଭାପତି ତାପସ ପଣ୍ଡା ସଭା ପରିଚାଳନା ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ସଂଯୋଜନା ଓ ପରିଚାଳନା କରିଥିଲେ I
ଏଥିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ କାର୍ଯକ୍ରମକୁ ଉପଭୋଗ କରିବା ସହିତ ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ଭୁରି,ଭୁରି ପ୍ରଶଂସା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରିତିପ୍ରଜ୍ଞା ସ୍ୱାଇଁ,ତଟିନୀ ବିଶ୍ଵାଳ, ବିନୋଦ,ଆଶୁତୋଷ, ହରିଶ,ପୂଜା,ଏଲିନା, କାଜଲ,ଶିବ,ଅର୍ଚ୍ଚନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
No Result
View All Result