No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ତଳଭେଜିପୁଟ ଆଶ୍ରମ ସ୍କୁଲରେ ଆଜି ଠକର ବାବାଙ୍କ ୧୫୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର ଯୋଗଦେଇ ଠକର ବାବାଙ୍କ କାର୍ଯ୍ୟଶୈଳୀ ଓ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।
ମହିଳା ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର ଏବଂ ମହିଳା ମ୍ୟାଟ୍ରନ୍ ଶ୍ରୀମତୀ ସୁଲୋଚନା ଜେନା ଅତିଥି ଭାବରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ଶ୍ରୀମତୀ କାଞ୍ଚନ ନାଏକ, ଚିନ୍ନ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result