No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁ ଷ୍ଟାନ କମିଟି ର ନିର୍ଦେଶ କ୍ରମେ ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ଶାଖା ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ତାରପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ କୋଲୋକେଟେଡ଼, ଅରବିଏସକେ ଏବଂ ଏମ ଏଚ ୟୁ ଆୟୁଷ ଡାକ୍ତର ମାନେ ଏହି ମିଳିତ କ୍ରିୟାନୁଷ୍ଠାନ କମିଟି ରେ ଅନ୍ତର୍ଭୁକ୍ତ ଅଟନ୍ତି l ବରିଷ୍ଠ ଡାକ୍ତର ଦୂର୍ଗା ପ୍ରଦାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଜିଲ୍ଲାର 8ଗୋଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଅରବିଏସକେ ଏବଂ କୋଲୋକଟେଡ଼ ଆୟୁଷ ଡାକ୍ତରଙ୍କ ପ୍ରତିନିଧି ଭାବେ ପ୍ରାୟ 15ଜଣ ଏକଜୁଟ ହୋଇ ଜିଲ୍ଲା ଶାଖାର ରୂପରେଖ
ତଥା ଆଗାମୀ ଦିନରେ ଚାକିରୀ ସମ୍ବଳିତ ବିଭିନ୍ନ ସମସ୍ୟା ଦାବି ଏବଂ କାର୍ଯ୍ୟ ପନ୍ଥା ବାବଦରେ ଆଲୋଚନା କରିଥିଲେ ଜିଲ୍ଲା ଅlରବିଏସକେ ସଂଘର ସଭାପତି ଡା ସମୀର କୁମାର ସ୍ୱାଇଁ ସ୍ୱାଗତ ସୂଚନା ଦେଇ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟାକୁ ସଂଚାଳନ କରିଥିଲେ l ବୈଠକରେ ସର୍ବଶମ୍ମତି କ୍ରମେ ଡା ସମ୍ବିତ କୁମାର ଲେଙ୍କା ସଭାପତି, ଡା ପୁଷ୍ପ ବନ ରାଉତ ସମ୍ପାଦକ, ଡା ବିଶ୍ୱଜିତ ଦାଶ ଡା ବଳଦେବ ସ୍ୱାଇଁ କୋଷାଦକ୍ଷ ଭାବେ ମନୋନୀତ ହୋଇଥିଲେ l ଜିଲ୍ଲାସାଖାକୁ ଦିଗଦର୍ଶନ ଦେବାପାଇଁ ଉପଦେଷ୍ଟା ମଣ୍ଡଳୀରେ ଡା ସୁକୁମାର ଦାଶ, ଡା ଅତୀମାନସୀ ବିଶ୍ୱାଳ, ଡା ତୁଷାର ନନ୍ଦ, ଡା ମାନସ ରଞ୍ଜନ ସାହୁ, ଡା ଅମରଜିତ ମିତ୍ର, ଡା ଉମାକାନ୍ତ ସେଠୀ, ଡା ସୌମ୍ୟ ପ୍ରସାଦ ନାୟକ, ପ୍ରମୁଖ ସ୍ଥାନ ପାଇଥିଲେ l ଶେଷରେ ଡା ଲୋକ ନାଥ ସାହୁ ଧନ୍ୟବାଦ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

No Result
View All Result