No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଓଡିଶା ଜୀବିକା ମିଶନ ବିରିଡି ବ୍ଲକ ପକ୍ଷରୁ ଶୁକ୍ରବାର ଗ୍ରାମ୍ୟ ସମୃଦ୍ଧି ସ୍ଥାଇତ୍ୱ ଯୋଜନାର ଦିନିକିଆ କର୍ମଶାଳା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ବିଜୟ କୁମାର ବେହେରା, ବିପିଏମ ପ୍ରତାପ ରୁଦ୍ର ନନ୍ଦ, ମିଶନ ଶକ୍ତି ସଂଯୋଜିକା ନିବେଦିତା ଦାସ, ଦକ୍ଷତା ବିକାଶ ସଂଯୋଜକ ପ୍ରମୋଦ କୁମାର ସିଂ, ବିଏଲସି ଦୀପ୍ତି ମୟୀ ଦାଶ, ସସ୍ମିତା ବରାଳ, ସସ୍ମିତା ବେହେରା, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ଏହି କର୍ମଶାଳାରେ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନଙ୍କୁ ଗ୍ରାମ୍ୟ ସମୃଦ୍ଧି ସ୍ଥାଇତ୍ୱ ଯୋଜନାରେ ଗ୍ରାମ୍ୟରେ ଥିବା ସମସ୍ତ ଲୋକମାନେ ପ୍ରତ୍ୟେକ ସରକାରୀ ଯୋଜନାରେ ସାମିଲ ହେବାଶହ ଗ୍ରାମ୍ୟର କିପରି ଗୋଟିଏ ସ୍ଥାଇତ୍ୱ ଦୀର୍ଘ ବିକାଶ ହୋଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା l ପ୍ରଶିକ୍ଷଣ ଦେଇଥିଲେ ଶୁଭ ନାରାୟଣ ମିଶ୍ର ଓ ଅଜୟ କୁମାର ପଲାଇ l ଏଥିରେ ବ୍ଲକ ସମସ୍ତ l ଲାଇନ ଡିପାର୍ଟମେଣ୍ଟ ର କର୍ମଚାରୀ ଯୋଗଦେଇଥିଲେ l


No Result
View All Result