• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି : ପୃଥ୍ୱୀରାଜ ହରିଚନ୍ଦନ

Proprietor Abhimanyu Maharana by Proprietor Abhimanyu Maharana
December 1, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି : ପୃଥ୍ୱୀରାଜ ହରିଚନ୍ଦନ
Share on FacebookShare on TwitterWhatsapp

 କଂଗ୍ରେସ ଏବେ ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ

 କଂଗ୍ରେସର ଜିନ୍‌ରେ ଖରାପ ଗୁଣବତା ପଶିବା ଆରମ୍ଭ କରିଛି

 ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାପରେ ଯାଇ ଏହି ପ୍ରକୃତି ଛାଡ଼ିବ

୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କଂଗ୍ରେସ ଦଳର ସତା ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି । ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି । ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି । ତଥାପି ପ୍ରକୃତି ଛାଡୁନାହିଁ । କଥାରେ ଅଛି ମଣିଷ ପକୃତି ମଲେ ତୁଟେ । ସେହିପରି କଂଗ୍ରେସ ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାପରେ ଯାଇ ଏହି ପ୍ରକୃତି ଛାଡ଼ିବ ବୋଲି ଆଶା କରାଯାଉଛି । କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭିଳିସ୍ଥିତିରେ ଦଳ ତଳକୁ ତଳ ଯିବ ସିନା ଉପରକୁ ଉଠିପାରିବ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ୍ ଓ ପୂର୍ତବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନି ଯେ, ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜି ସମ୍ବିଳନୀ ଅନୁଷ୍ଠିତ ହେଉଛି । ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମାନବ୍ୟର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭ କରି ଦେଶର ବରିଷ୍ଠ ନେତୃତ୍ୱ, ବିଭିନ୍ନ ପ୍ରଦେଶର ଡିିଜି, ଆଇଜି, ବିଭିନ୍ନ ସୁରକ୍ଷା ବାହିନୀର ମୁଖ୍ୟମାନେ ଯୋଗଦେଇଛନ୍ତି । ବୈଠକରେ ଦେଶର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ଅଧିକ କିପରି ଉନ୍ନତ କରାଯାଇପାରିବ, ଅପରାଧ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ଆଲୋଚନା ଚାଲିଛି । ଏନେଇ ସମଗ୍ର ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି । ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍‌ରେ ଖରାପ ଗୁଣବତା ପଶିବା ଆରମ୍ଭ କରିଛି । ଜଣେ ଲୋକର ଚରିତ୍ର ପରବର୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ପରିବର୍ତନ ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି ।

କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦେଶ ବିରୋଧି ତତ୍ୱ ହେବାକୁ ଆରମ୍ଭ କରିଛି । ବିଦେଶରେ ଯଦି କେହି ଦେଶ ବିରୋଧି କଥା କହିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଓ ଦେଶର ବିକାଶ ବିରୋଧରେ କହିଲେ ତାହା କଂଗ୍ରେସକୁ ସୁହାଉଛି । ଏଭଳି ଟିପ୍ପଣୀକୁ ନେଇ କଂଗ୍ରେସ ଦେଶରେ ଆନ୍ଦୋଳନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି । ଦେଶର କୌଣସି ବିକାଶର କଥା ଉଠିଲେ ଏହାର ପ୍ରତିଟି ପର୍ଯ୍ୟାୟକୁ ବିରୋଧ କରୁଛି । ବିକାଶ ବିରୋଧରେ ଅନବରତ ୩୬୫ ଦିନ କହିବାରେ ଲାଗିଛି । କଂଗ୍ରେସ ଦଳ ଏବେ ଲୋକ ବିରୋଧୀ ହୋଇଯାଇଛି । ଦେଶ ଏବଂ ଓଡ଼ିଶାର ଲୋକେ କ’ଣ ଚାହୁଁଛନ୍ତି ସେଥିପ୍ରତି କଂଗ୍ରେସ ଦଳର ନଜର ନାହିଁ । ପ୍ରଧାନମନ୍ତ୍ରୀ ମୋଦିଜୀ ଆମ ରାଜ୍ୟରେ ୩ ଦିନ ପାଇଁ ରହିବା ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ । ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଏହା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ି ହେବାକୁ ଯାଉଛି । ମାତ୍ର କଂଗ୍ରେସ ଏହା ବିରୋଧରେ ସ୍ୱର ଉତୋଳନ କରିବା ଆରମ୍ଭ କରିଛି । ଏଥିରେ ସ୍ପଷ୍ଟ ହୋଇଛି ଯେ, ୩ଟି ଖରାପ୍ ତତ୍ୱ କଂଗ୍ରେସର ଜିନ୍‌କୁ ଏବେ ପଶି ଆସଛି । ସେଗୁଡ଼ିକ ହେଲା, ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ । ସାରା ଦେଶ ଯେତେବେଳେ ଓଡ଼ିଶା ଉପରେ ଦୃଷ୍ଟି ନିକ୍ଷେପ କରିଛି ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇ ନିଜଦଳକୁ ଧ୍ୱଂସ ଅଭିମୁଖେ ଟାଣି ନେଉଛି । ଏଭିଳ ଘଟଣା ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ କେବେ ଦେଖିବାକୁ ମିଳି ନଥିଲା ।

ଶ୍ରୀ ହରିଚନ୍ଦନ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ଯେ, ବଳିଦାନକୁ ଆଧାର କରି ଦେଶ ସ୍ୱାଧୀନତା ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକାଶର ପଥରେ ଆଗେଇ ଚାଲିଛି । ୧୯୪୭ରୁ ଏପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା ପରେ ଦେଶ ଆଜି ବିକାଶର ଯାତ୍ରାକୁ ଯିବା ଆରମ୍ଭ କରିଛି । ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ମୋଦିଜୀଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାରେ ମୋହନ ମାଝିଙ୍କ ସରକାର ମଧ୍ୟ ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳିସ୍ଥିତିରେ ଅସହିଷ୍ଣୁତା ଦେଖାଇଲେ ଚଳିବ ନାହିଁ । ଏଥିପାଇଁ ଆମେ ସମସ୍ତ ଜନସାଧାରଣଙ୍କ ସହଭାଗିତା ମାଗିଛୁ । ଏଥିପାଇଁ ସୁଧିରିଯିବାର ଆବଶ୍ୟକତା ଅଛି । ବହୁ ଲୋକଙ୍କ ବଳିଦାନରେ ତିଆରି ହୋଇଥିବା ଦେଶକୁ ଅପନିନ୍ଦିତ କରିବାକୁ କାହାରିକୁ ସୁଯୋଗ ଦିଆଯିବନାହିଁ । କଂଗ୍ରେସ ଦଳର ଯେଉଁ ଛାମୁଆ ସଂଗଠନ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଦଳର ଶୀର୍ଷ ନେତୃତ୍ୱ ଏଥିପ୍ରତି ନଜର ଦିଅନ୍ତୁ । କଂଗ୍ରେସ ନିଜକୁ ଆହୁରି ଧ୍ୱଂସ ଆଡ଼କୁ ନନେଇ ଅନ୍ତତଃ ବଂଚିବାର ପ୍ରୟାସ କେମିତି ହେବ ସେ ବାବଦରେ ଚିନ୍ତା କରିବା ଜରୁରୀ । ଏହି ସାମ୍ବାଦିକ ସମ୍ବିଳନୀ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version