No Result
View All Result
୨୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ପ୍ରସ କ୍ଲବର ଉପସଭାପତି ତଥା ଶିଶୁକବି ଜୟକୃଷ୍ଣ ବାରିକଙ୍କ ମାତୃ ବିୟୋଗର ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣସଭା ଭାପୁର ବ୍ଲକ ବଡସାହରା ପଞ୍ଚାଯତ ଜାମୁସାହି ଗ୍ରାମସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମନ୍ଦର ବାରିକ ଜଣେ ଧର୍ମ ପରାୟଣ, ସମାଜସେବୀ, ପରୋପକାରୀ ଭାବରେ ଜାମୁସାହି ଗ୍ରାମରେ ବେଶ ଜଣାଶୁଣା ଥିଲେ । ତାଙ୍କୁ ମୃତ୍ୟୁବେଳକୁ ୯୨ ବର୍ଷ ହୋଇଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।
ମୃତ୍ୟୁ ସମୟରେ ଏକ ମାତ୍ର ଜୟକୃଷ୍ଣ ବାରିକ, ବୋହୁ, ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁର ଏକାଦଶାହ ଉପଲକ୍ଷେ ଗୁରୁବାର ସଂଧ୍ୟାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଭାପୁର ପ୍ରେସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ। ଆୟୋଜିତ ସ୍ମୃତିଚାରଣ ସଭାରେ ତାଙ୍କର ଧର୍ମପୁତ୍ର ତଥା ପୂର୍ବତନ ସରପଂଚ ମାଟିଆ ସ୍ଵାଇଁ,
ସାମ୍ବାଦିକ ରମେଶ ଚନ୍ଦ୍ର ବରାଡ଼, ସମାଜସେବୀ ସଞ୍ଜୟ ସାହୁ ଓ ନାରାୟଣ ସାହୁ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିବାବେଳେ ପ୍ରେସ କ୍ଲବର ସଦସ୍ୟ ସୁଶାନ୍ତ କୁମାର ପଟ୍ଟନାୟକ, ମଳୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେସ କ୍ଲବର ସଂପାଦକ ଶିଶିର ସାହୁ ଧନ୍ୟବାଦ ଅର୍ପଣ ପୂର୍ବକ ସ୍ମୃତି ଚାରଣ ସଭା ସାଙ୍ଗ କରିଥିଲେ। ଆୟୋଜିତ ସ୍ମୃତି ଚାରଣ ସଭାରେ ମା’ ର ଶବ୍ଦ ବ୍ୟାପକ, ତାହାକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ ବୋଲି ମତ ପ୍ରକାଶ ପାଇଥିଲା । 
No Result
View All Result