No Result
View All Result
୨୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଭାରତୀୟ ଶିକ୍ଷା ପରିଷଦ,ଓଡ଼ିଶା ଶାଖା ଅନୁବନ୍ଧିତ ଯୋଜନାକ୍ରମେ ଖୋର୍ଦ୍ଧା – ନୟାଗଡ଼ ଜୋନସ୍ତରୀୟ ଆଞ୍ଚଳିକ ବିଜ୍ଞାନମେଳା ବୋଲଗଡ଼ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସଛ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ବୋଲଗଡ଼ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଜୋନସ୍ତରୀୟ ବିଜ୍ଞାନ ମେଳାରେ ବୋଲଗଡ଼, ଭୀମପଡା, ଦଶପଲ୍ଲା, ମାଣିକଗୋଡା,ଢୋଲମରା,ହଜ ଓ ବନମାଳୀପୁରର ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାନପଦରସ୍ଥିତ ସାରସ୍ଵତ ସରସ୍ବତୀ ବିଦ୍ୟାମନ୍ଦିର ଏବଂ ବଙ୍କୋଇସ୍ଥିତ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ଆଦି ୯ ଗୋଟି ବିଦ୍ୟାଳୟରୁ ୨୦୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ୬୦ ଟି ପ୍ରକଳ୍ପ ପ୍ରଦର୍ଶିନ କରିଥିଲେ।ମୁଖ୍ୟତଃ ଟ୍ରାଫିକ ନିୟନ୍ତ୍ରଣ,
ସଡ଼କସୁରକ୍ଷା,କୀଟପତଙ୍ଗ ଦାଉରୁ ଫସଲରକ୍ଷା,ବିଶୁଦ୍ଧ ଜଳ, ବର୍ଷାଜଳ ସଂରକ୍ଷଣ,ଜଳ ଅମଳ,ସ୍ମାର୍ଟ ସିଟି,ଭାସମାନ ଘର,ଆଦର୍ଶଗ୍ରାମ,ଖାଦ୍ୟ ପ୍ରକ୍ରିୟାକରଣ,,ଜଳଚକ୍ର ସମେତ ଅନ୍ୟାନ୍ୟ ଅନେକ ବୈଜ୍ଞାନିକ ପ୍ରକଳ୍ପ ସବୁ ପ୍ରଦର୍ଶିତ ହୋଇଥିଲା।ଏହି ବିଜ୍ଞାନ ମେଳାକୁ ବୋଲଗଡ଼ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ସଭାପତି ଲଲାଟେନ୍ଦୁ କେଶରୀ ସିଂହ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ହରିହର ସାହୁ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ,ସଭାପତି,ସମ୍ପାଦକମାନେ ଉପସ୍ଥିତ ଥିଲେ ।
ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବୋଲଗଡ଼ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ସଭାପତି ଲଲାଟେନ୍ଦୁ କେଶରୀ ସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା ଓ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ହରିହର ସାହୁ,ସହସମ୍ପାଦକ ସନାତନ ପାଟ୍ଟଶାଣୀ ପ୍ରମୁଖ ମଞ୍ଚାସିନ ଥିଲେ।ଗୁରୁମା ସୀମା ଖୁଣ୍ଟିଆ ସ୍ବାଗତ ସଙ୍ଗୀତ ଗାନ କରିବା ପରେ ପରିଷଦର ଜୋନାଲ ସଂଯୋଜକ ତଥା ପ୍ରଧାନଆଚାର୍ଯ୍ୟ ଶ୍ରୀବତ୍ସ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଜୁନିୟର,
ସବଜୁନିୟର ଓ ସିନିୟର୍ ବିଭାଗରେ ପ୍ରକଳ୍ପଗୁଡ଼ିକୁ ଚୟନ କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରଣାମ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲ। ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମlନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବୋଲଗଡ଼ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମସ୍ତ ଗୁରୁମା/ଗୁରୁଜୀ କାର୍ଯ୍ୟକ୍ରମକୁ ସହଯୋଗ କରି ପରିଚାଳନା କରିଥଲେ। ପରିଶେଷରେ ଜୋନ ସଂଯୋଜକ ସହଦେବ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
No Result
View All Result