No Result
View All Result
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶାଗସ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସଂପର୍କିତ ନୁହେଁ । ସର୍ବଭାରତୀୟ ନିରାପତ୍ତା କନଫରେନସ୍ର ତିନିଦିନିଆ ବୈଠକରେ ଏମାନେ ଯୋଗଦେବେ । ଏଣୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତରେ ଓଡ଼ିଶାର କୌଣସି ପ୍ରକାର ଲାଭବାନ ହେବାର ଯୋଜନା ନାହିଁ । ଯେତେବେଳେ ଓଡ଼ିଶାର ଆଦିବାସୀ ଖାଦ୍ୟ ବିକଳରେ ଆମ୍ବ ଟାକୁଆ ଖାଇ ମରୁଛନ୍ତି । ଓଡ଼ିଶାର ବେକାର ଯୁବକ ଉତ୍କଟ ବେକାରୀରେ ହନ୍ତସନ୍ତ ହେଉଛନ୍ତି । ଅପରାଧ ଘଟଣା ଅନିୟନ୍ତ୍ରିତ ହୋଇପଡ଼ିଛି । ଚାଷୀମାନେ ଋଣ ବୋଝରେ ହନ୍ତସନ୍ତ ହେଉଛନ୍ତି ।
ସେତେବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବ୍ୟୟ ବହୁଳ ଓଡ଼ିଶାଗସ୍ତ ଓଡ଼ିଶାବାସୀଙ୍କ ପାଇଁ ନିରର୍ଥକ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରିୟମିତ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟୀକ ଅଭିବୃଦ୍ଧି ପାଇଁ ଓଡ଼ିଶା ଗସ୍ତ କରୁଛନ୍ତି । କିପରି ଅମୂଲ୍ୟ ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀ ହାତରେ ଟେକିଦେବେ ତା’ର ଯୋଜନା ପ୍ରସ୍ତୁତ ହୋଇଛି । ଗନ୍ଧମାର୍ଦ୍ଦନ ପର୍ବତରେ ତ ଆଦାନୀ ଜମି କ୍ରୟ କରିସାରିଲାଣି । ଗନ୍ଧମାର୍ଦ୍ଦନ ଓଡ଼ିଶାର ଗର୍ବଗୌରବ ଓ ଏହା ପୁରାଣର ଏକ ପବିତ୍ର ସ୍ଥାନ । ସୁତରାଂ ମୋଦୀଙ୍କର ଏହି ଷଡଯନ୍ତ୍ରକୁ ଯୁବ କଂଗ୍ରେସର ସଫଳ ହେବାକୁ ଦେବନି । ଏଣୁ ମୋଦୀ-ଶାହାଙ୍କ ଗସ୍ତକୁ ଯୁବ କଂଗ୍ରେସ ବିରୋଧ କରୁଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ସୁଦୀପ କୁମାର ସାମଲ ଏକ ପ୍ରେସ୍ ବିଜ୍ଞପ୍ତରେ କହିଛନ୍ତି ।
No Result
View All Result