ଏହି ମ୍ୟାଚରେ ଖୋର୍ଦ୍ଧା ଭାଲିଆବାଡି ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ଓଭରରେ ୫ଗୋଟି ୱିକେଟ ହରାଇ ୨୯୪ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିବିଶଙ୍କର ବାରିକ ୪୦ଟି ବଲ୍ରୁ ୯୨ ଏବଂ ଅଜିତ୍ ଦାସ ୨୨ବଲ୍ରୁ ୭୨ରନ୍ ସଂଗ୍ରହ କରିଥିଲେ । କିଆଝର ଦଳ ୨୯୫ରନ୍ ୧୯ଓଭରରେ ୪ଗୋଟି ୱିକେଟ ହରାଇ ବିଜୟ ଲାଭ କରିଥିଲେ । ଦଳପକ୍ଷରୁ ଲକ୍ଷ୍ମୀଧର ସାହୁ ୩୭ବଲ୍ରୁ ୯୫ରନ୍ ଏବଂ ଚନ୍ଦୁ ମଲ୍ଲିକ ୪୨ବଲରେ ୮୫ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ମୀଧର ସାହୁ ମ୍ୟାନଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ଏବଂ ତାଙ୍କୁ ସୌମେନ୍ଦ୍ର ମିଶ୍ର ମ୍ୟାନଅଫ୍ ଦି ମ୍ୟାଚ୍ ପୁରୁସ୍କାର ପ୍ରଦାନ କରିଥିଲେ । ଆସନ୍ତାକାଲି ଆୟୋଜକ ବାଙ୍କୀ କ୍ରୀଡା ସଂସଦ ବନାମ ପି.ୱାଇସି ଅଟ୍ରି ମଧ୍ୟରେ ଖେଳ ହେବବୋଲି କ୍ରିକେଟ ସଂପାଦକ ସତ୍ୟନାରାୟଣ ସାହୁ ପ୍ରକାଶ କରିଥିଲେ । ଆଜିର ଖେଳକୁ ବସନ୍ତ ଦାସ ଓ କେଶବ ମଙ୍ଗୁଆଳ ପରିଚାଳନା କରିଥିଲେ । 
© 2023 Odisha Taza News.