No Result
View All Result
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ପ୍ରଥମ ପୁରାତନ ଛାତ୍ର ସମ୍ମିଳନୀ ଭଞ୍ଜ ବିହାରର ସିନେଟ୍ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ମୁଖ୍ୟ ଅତିଥି ଭାବେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଗୃହ ବିଜ୍ଞାନ ମୁଖ୍ୟା ଡ଼.ସସ୍ମିତା ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ପରିଚାଳନା କରିଥିଲେ ଶ୍ରୀମତୀ ଅଲିତା ମିଞ୍ଜ ଏବଂ ଶ୍ରୀମତୀ ମାନସୀ ମେହେର ।
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରାତନ ଛାତ୍ରୀ ମାନଙ୍କୁ ନିଜର ବିଭାଗ ପ୍ରତି ଆକୃଷ୍ଟ କରିବା ଏବଂ କିଛି ସହାୟତା ଅର୍ଥ ଆକାରରେ କିମ୍ବା ପଦାର୍ଥ ଆକାରରେ ପ୍ରଦାନ କରିବା ଏବଂ ବିଭାଗ ପ୍ରତି ନିଜର ଦାୟିତ୍ୱବୋଧ ଏବଂ ଅନୁରକ୍ତି ପ୍ରକାଶ କରିବା। ବୈଠକରେ ଉପସ୍ଥିତ ଥିଲେ ଅବସର ପ୍ରାପ୍ତ ପ୍ରଫେସର ରତ୍ନା ସାହୁ, ଭଞ୍ଜନଗର, କୃଷିବିଜ୍ଞାନ କେନ୍ଦ୍ରରେ କର୍ଯ୍ୟରତା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଅନିତା ପାତ୍ର ଙ୍କ ସହ ପୂରାତନ ଛାତ୍ରୀ ସମୂହ ଅଂଶ ଗ୍ରହଣ କରିଥିଲେ।
ଏହି ବୈଠକରେ ବିଭାଗୀୟ ସମ୍ବାଦପତ୍ର, ସମ୍ମିଳନୀର ସାରାଂଶକୁ ନେଇ ଏକ ପୁସ୍ତକ, ଏବଂ ଡ. ସଶ୍ମିତା ବେହରାଙ୍କ ଦ୍ୱାରା ଲିଖିତ ଦୁଇଟି ପାଠ୍ଯ ପୁସ୍ତକ କୁଳପତି ଙ୍କ ଦ୍ଵାରା ଉନ୍ମୋଚନ କରିଥିଲେ।ସମୂହବୈଠକ ପରେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଅବସର ପ୍ରାପ୍ତ ପ୍ରଫେସର ରତ୍ନା ସାହୂ, ଶ୍ରୀମତୀ ଅନିତା ପାତ୍ର, ଡ଼.ସସ୍ମିତା ବେହେରା, ଡ଼ ରୀତା ହଂସଦା ଏବଂ ଶ୍ରୀମତୀ ମାନସୀ ମେହେର ହେଲେ ୨୦୨୪ ମସିହାର ସଭାପତି, ଉପସଭାପତି, ସମ୍ପାଦିକା, ସହ ସମ୍ପାଦିକା ଏବଂ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ।
ପୂରାତନ ଛାତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ନିୟମାବଳୀ ପ୍ରତି ନିଜର ସହମତ ପ୍ରକାଶ କରିଥିଲେ। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ସ୍ନାତକୋତ୍ତର ଏବଂ ପୂରାତନ ଛାତ୍ରୀ ମାନେ ଉତ୍କଣ୍ଠାର ସହିତ ଭାଗ ନେଇଥିଲେ । ଏବଂ ନିଜର ପୂରାତନ ସ୍ମୃତିକୁ ଫେରି ପାଇଥିଲେ। ଶେଷରେ କୁମାରୀ ଅସ୍ମିତା ବେଉରା ଧନ୍ୟବାଦ ଜ୍ଞାପନ କରି କାର୍ଯକ୍ରମ କୁ ସମାପ୍ତ କରିଥିଲେ ।
No Result
View All Result