No Result
View All Result
୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଲେଜ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଥିବା ୩୨ତମ ପୁରୁଷ ମହିଳା ବଲ୍ ବ୍ୟାଡ୍ମିଣ୍ଟନ ୩ୟ ଦିବସ ଖେଳକୁ ଅକ୍ଷୟ ଯୁବସଂଘ ପରିଷଦର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ । ବାଙ୍କୀରେ ଏଭଳି ଏକ ରାଜ୍ୟସ୍ତରୀୟ ବଲ୍ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିବାରୁ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ସମ୍ମାନୀୟ ଅତିଥି ଭାବେ ବାଙ୍କୀ ଆଥେଲେଟିକ୍ ଅସୋସିଏସନର ସଂପାଦକ ତଥା ଆଇନଜୀବୀ ସନ୍ତୋଷ କୁମାର ରଣା, ଜିଲ୍ଲା ବଲ୍ବ୍ୟାଡମିଣ୍ଟନ୍ ଆସୋସିଏସର ସଂପାଦକ ଅଜୟ କୁମାର ସାହୁ, କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଗତକାଲି ଦ୍ୱିତୀୟ ଦିବସରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ରାଜ୍ୟସ୍ତରୀୟ ବଲବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଟୁର୍ଣ୍ଣାମେଣ୍ଟ୍କୁ ଉଦ୍ଘାଟନ କରିଥିଲେ । ସେ ଖାଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ବାଙ୍କୀର ନାମକୁ ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଟୁର୍ଣ୍ଣମେଣ୍ଟ୍ କୁ କ୍ରୀଡା ଶିକ୍ଷକ ରବିନ୍ଦ୍ର ପ୍ରଧାନ, ଜଗନ୍ନାଥ ଦଳେଇ, ଜିତେନ୍ଦ୍ର ଦେଓ, ମିନକେତନ ପଣ୍ଡା ପ୍ରଭୃତି ସହଯୋଗ କରିଥିଲେ ।
No Result
View All Result