ଓଡ଼ିଶା ତାଜା ନିୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦଳେଇପୁଟରେ ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ଚାରୋଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ,ଗତ ୧୧ ଓ ୧୮ତାରିଖ ରେ ଗ୍ରାମର ହୃଦାନନ୍ଦ ସାହୁଙ୍କ ଘରକୁ ବୋମା ମାଡ଼ ହୋଇଥିଲା । ଏହାପରେ ଏଠାରେ ପୁଲିସ ସୁରକ୍ଷା ଦିଆଯାଇଥିଲା ।
ଗୋଟିଏ ପରିବାରକୁ ୪ ଜଣ ପୁଲିସ କର୍ମଚାରୀ ସୁରକ୍ଷା ଦେଇ ଆସୁଥିଲାବେଳେ ଗତକାଲି ପୁଲିସ ଉପସ୍ଥିତିରେ ପୁଣିଥରେ ବୋମା ମାଡ଼ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସିସିଟିଭିରେ ବୋମା ମାଡ଼ ବେଳର ଦୃଶ୍ୟ କଏଦ ହୋଇଛି । ପୂର୍ବରୁ ହୋଇଥିବା ବୋମା ମାଡ଼ ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି ।