୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ବ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଆମ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେଇ ଆସୁଛି ଜୀ ସାର୍ଥକ । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ ।

ମାଣବସା ଗୁରୁବାର ଉପଲକ୍ଷେ ଜୀ ସାର୍ଥକ ନିଜ ଦର୍ଶକଙ୍କ ପାଇଁ ନେଇଆସିଛି ବଳରାମ ଦାସଙ୍କ ଅନନ୍ୟ କୃତୀ ଲକ୍ଷ୍ମୀ ପୁରାଣ । ଯାହାକୁ ଦର୍ଶକେ କେବଳ ଜୀ ସାର୍ଥକରେ ଦେଖିପାରିବେପ୍ରତି ଗୁରୁବାର ଭୋର ୫.୦୦ଟା , ସକାଳ ୭.୦୦ଟା ଓ ଅପରାହ୍ନ ୩.୦୦ଟାରେ । ଏଥିରେ ମୁଖ୍ୟ ଚରିତ୍ର ସହ ଲକ୍ଷ୍ମୀ ପୁରାଣକୁ ଆବୃତ୍ତି କରିବେ ସ୍ମୃତିରେଖା, ଅନନ୍ୟା ଓ ଅଙ୍କିତା l

ଆବୃତ୍ତି ସହିତ ଲକ୍ଷ୍ମୀ ପୁରାଣକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରାଯିବ । ଏହି ବିଶେଷ କାର୍ଯ୍ୟକ୍ରମକୁ ଦେଖି ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ରହିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍ ।