No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ, ପ୍ରସିଦ୍ଧ ଶକ୍ତିପୀଠ ମା କରଞ୍ଜେଇ ନିକଟ ତଥା ୫୯ ନଂ ଜାତୀୟ ରାଜପଥରେ ନୂତନ ଭାବେ ନିର୍ମିତ ମା ରତ୍ନମାଳୀ ରେଷ୍ଟୁରାଣ୍ଟ ଗୁରୁବାର ଉଦଘାଟିତ ହୋଇଛି । ଏହି ପରିପ୍ରେକ୍ଷୀରେ ସୁନୀଲ ଖଟାଇଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ସମାଜସେବୀ ସୁଧାନିଧି ଚୌଧୁରୀ ଯୋଗ ଦେଇ ରିବନ୍ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀ ତଥା କରଞ୍ଜେଇ ଶକ୍ତିପୀଠକୁ ପୂଜାର୍ଚ୍ଚନା, ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମେତ ସାଧାରଣ ଲୋକଙ୍କ ଚାହିଦା ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ ଆଶା ପ୍ରକଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ରୋହିତ ଖଟାଇ, ଗଣପତି ବିଶ୍ଵାଳ, ସୂର୍ଯ୍ୟ ସେଠ, ବିଜେପି ନେତା ବିକାଶ ଆଚାର୍ଯ୍ୟ, ସାମ୍ୱାଦିକ ଲଳିତ ମୋହନ ପୋଲେଇ,ସାମ୍ୱାଦିକ ବି. ରାଜେଶ କୁମାର ସୁବୁଦ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
No Result
View All Result