No Result
View All Result

୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ପ୍ରାଚୀ କ୍ଷେତ୍ର ନିଆଳି ମାଧବରୁ ଗଲା ପୋଡ଼ୁଆଁ ଭାର । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମାଧବାନନ୍ଦ ଜିଉଙ୍କ ପୀଠରୁ ପୁରୀ ଶ୍ରୀମନ୍ଦିରକୁ ଯାଇଛି ନୂଆ ବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀଜିଉ ହେବେ ପୋଢୁଆଁ, ଏଥିପାଇଁ ଶ୍ରୀଜିଉଙ୍କୁ ନୂଆ ବସ୍ତ୍ର ଲାଗି ସ୍ବତନ୍ତ୍ର ଭୋଗ ନୀତି ହୋଇଥାଏ । ଶ୍ରୀଜିଉଙ୍କ ମାମୁଁଘର ଭାବେ ପରିଚିତ କଟକ ଜିଲ୍ଲା ନିଆଳି ବ୍ଲକ୍ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀରେ ପୋଢୁଆ ଭାର ଧରି ମାଧବାନନ୍ଦଜିଉ ବିକାଶ ପରିଷଦ , ମନ୍ଦିର ସେବାୟତ ଏବଂ ଓ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁଙ୍କ ସହଯୋଗରେ ଆଜି ସକାଳେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା ପରେ ମହାପ୍ରଭୁଙ୍କୁ ରାଜାରାଜେଶ୍ଵର ବେଶରେ ସଜ୍ଜିତ କରାଯାଇଥିଲା ।

ପରେ ମାଧବଙ୍କ ମନ୍ଦିରରୁ ଭାର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଆଗେଆଗେ ଭୋଇ ସେବକମାନେ ପତାକା ଧରି ଯାଇଥିଲେ। ବନ୍ଦେ ଉତ୍କଳ ଲୋକକଳା ମହାସଂଘର କଟକ ଜିଲ୍ଲା ଶାଖାର ସଂକ୍ରୀତନ ମଣ୍ଡଳୀ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନମଣ୍ଡଳୀ ନାଚି ନାଚି ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ପାଇକ ଆଖଡ଼ା, ରାମତାଳି, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇଥିଲା। ଶ୍ରୀଜିଉଙ୍କ ଅଙ୍ଗଲାଗି ଖଣ୍ଡୁଆ ପାଟବସ୍ତ୍ର, ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ସହ ପୋଢୁଆଁ ଭୋଗ ନିମନ୍ତେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଅଳେଇଚ, ଲବଙ୍ଗ ସମେତ ପାନ,

ଗୁଆ ଭାରରେ ଯାଇଛି ବୋଲି ମାଧବାନନ୍ଦ ବିକାଶ ପରିଷଦ ଓ ପୋଢୁଆଁ ଭାର କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମାଧବାନନ୍ଦ ଜୀଉଁଙ୍କର ଏହି ପୋଦୂଆଁ ଭାର ଏବଂ ସଂକ୍ରିତନ ଶୋଭାଯାତ୍ରାକୁ ଚାରିଛକ୍, ଗୋପ, ନାଗପୁର, ଏବଂ ବାଲିଘାଇ ଛକ ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ଛବି ମଲ୍ଲିକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ବିଜେପି ନେତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସାହିତ୍ୟକ ଡ,ତ୍ରିନାଥ ପଟ୍ଟନାୟକ,

ଡାକ୍ତର ଅଧିରାଜ୍ ପରିଡା,ସମେତ ବହୁ ବରିଷ୍ଠ, ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପ୍ରାଚୀ କ୍ଷେତ୍ର ନିଆଳି ମାଧବାନନ୍ଦଜୀଉଙ୍କର ପୁରୀ ଶ୍ରୀକ୍ଷେତ୍ରର ପ୍ରଭୂ ଜଗନ୍ନାଥଙ୍କ ସହିତ ମାମୁଁ ଭଣଜାର ବହୁ ବର୍ଷର ଅନାବିଳ ଅନାବିଳ ସଂପର୍କ ରହିଆସିଛି । ଏଣୁ ନିଆଳି ମାଧବାନନ୍ଦ ପୀଠରୁ ପ୍ରତି ବର୍ଷ ଭଣଜା ଜଗନ୍ନାଥଙ୍କୁ ପୋଡୁଆଁ କରିବା ଲାଗି ନାମ ସଂକୀର୍ତ୍ତନ ଶୋଭାଯାତ୍ରା ସହ ବିଭିନ୍ନ ପ୍ରକାରର ଫଳ ମୂଳ ସମେତ ପିନ୍ଧିବା ବସ୍ତ୍ର ଯାଇଥାଏ ।


No Result
View All Result