No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ଶିକ୍ଷା ବ୍ଲକ ଅଧୀନସ୍ଥ ଖଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର। ସିମେଣ୍ଟ ପ୍ଳାଷ୍ଟର ଖସିବା ଘଟଣାକୁ ନେଇ ଗୁରୁବାର ଦିନ ସ୍କୁଲ ସମ୍ମୁଖରେ ଅଭିଭାବକମାନଙ୍କର ହୋହାଲ୍ଲା ହୋଇଥିବା ଦେଖିବାକୁ ମିଳିଛି ! ଘଟଣାରୁ ପ୍ରକାଶ ଯେ ଖଉରୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସ୍କୁଲ ଶ୍ରେଣୀର ଛାତରୁ ସିମେଣ୍ଟ ପ୍ଲାଷ୍ଟର୍ ଖସିବାରୁ ଶ୍ରେଣୀ ଶିକ୍ଷୟିତ୍ରୀ ଓ ସ୍କୁଲରେ ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ । ଯାହା ଫଳରେ ଗ୍ରାମବାସୀମାନଙ୍କ ସହିତ ଅଭିଭାବକମାନେ ଶ୍ରେଣୀ ଗୃହ ନିମ୍ନମାନର କାମ ହୋଇଥିବା ୨୦୨୨ମସିହାରୁ ଅଭିଯୋଗ କରିଆସୁଛନ୍ତି ।ଯାହାକୁକେନ୍ଦ୍ର କରି ଆଜି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ହୋହାଲ୍ଲା କରିଛନ୍ତି ।
ଅନ୍ୟପଟେ ମଧ୍ୟ ଶ୍ରେଣୀ ଗୃହରୁ ପ୍ଲାଷ୍ଟର ଖସୁଥିବା ବେଳେ ଛାତ୍ରଛାତ୍ରୀ ଏବେ ଟେଣ୍ଟ ତଳେ ପାଠ ପଢୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଏହି ଘଟଣାକୁ ନେଇ ବୋଲଗଡ଼ ବିଡ଼ିଓ ଶରତ କୁମାର ମଲ୍ଲିକ , ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ବୋଲଗଡ଼ ଥାନା ପୋଲିସ ସବ ଇନିସ୍ପେକ୍ଟର ପ୍ରମୋଦ କୁମାର ନାୟକ ଓ ବାଙ୍କୋଇ ଫାଣ୍ଡି ପୋଲିସ ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ । ଏହି ବିଦ୍ୟାଳୟରେ ୧୭୫ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢୁଛନ୍ତି !
ଏହି ବିଦ୍ୟାଳୟଟି ୧୯୨୭ମସିହାରେ ନିର୍ମିତ ହୋଇଥିଲେ ମଧ୍ୟ ତାର ପୂର୍ଣ୍ଣ ଉଦ୍ଧାର ହୋଇପାରିନାହିଁ ! ଶିକ୍ଷା ଅଧୟନ ପାଇଁ ନୂତନ ଶ୍ରେଣୀ ଗୃହ ନ ଥିବାରୁ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ପୁରାତ୍ତନ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ! ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେବାପାଇଁ ଆବଶ୍ୟକୀୟ ଶିକ୍ଷକ /ଶିକ୍ଷୟିତ୍ରୀ ନ ଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି ! ତେଣୁ ବିଦ୍ୟାଳୟର ସୁରକ୍ଷା ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ପାଇଁ ବିଡ଼ିଓ ଶରତ କୁମାର ମଲ୍ଲିକଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ଅନୁରୋଧ କରିଅଛନ୍ତି
No Result
View All Result